ଆଉ ଜଣେ ମନ୍ତ୍ରୀଙ୍କୁ କରୋନା, କ୍ୟାବିନେଟ୍‌ ବୈଠକରେ ଯୋଗଦେଇଥିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 22, 2020

ଆଉ ଜଣେ ମନ୍ତ୍ରୀଙ୍କୁ କରୋନା, କ୍ୟାବିନେଟ୍‌ ବୈଠକରେ ଯୋଗଦେଇଥିଲେ

ଭୋପାଲ: ମଧ୍ୟପ୍ରଦେଶ ସରକାରଙ୍କ ଜଣେ କ୍ୟାବିନେଟ ମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ଗତକାଲି ରାତିରେ ପଜିଟିଭ ଆସିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମନ୍ତ୍ରୀ ଜଣଙ୍କ କରୋନାରେ ଆକ୍ରାନ୍ତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଙ୍କ ପ୍ରତି ସଂକ୍ରମଣର ଭୟ ସୃଷ୍ଟି ହୋଇଛି। କାରଣ ଗତକାଲି ରାଜ୍ୟରେ କ୍ୟାବିନେଟ ବୈଠକ ବସିଥିଲା। ଏଥିରେ କରୋନାରେ ଆକ୍ରାନ୍ତ ହୋଇଥିବା ମନ୍ତ୍ରୀ ଜଣଙ୍କ ଉପସ୍ଥିତ ରହିଥିଲେ। ସେହିପରି ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ଅନ୍ତିମ ସଂସ୍କାରରେ ମଧ୍ୟ ସେ ଯୋଗଦେଇଥିଲେ।

ତେଣୁ କ୍ୟାବିନେଟ ବୈଠକ ଓ ଅନ୍ତିମ ସଂସ୍କାରରେ ଯୋଗଦେଇଥିବା ଲୋକଙ୍କ ପ୍ରତି ଏବେ ସଂକ୍ରମଣର ଭୟ ବଢ଼ିଛି। ମନ୍ତ୍ରୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ପ୍ରଶାସନ ଚିହ୍ନଟ କରିବା ଆରମ୍ଭ କରିଛି। ସେହିପରି ଏକାଧିକ ସ୍ଥାନକୁ ବିଶୋଧନ ମଧ୍ୟ କରାଯାଇଛି।

The post ଆଉ ଜଣେ ମନ୍ତ୍ରୀଙ୍କୁ କରୋନା, କ୍ୟାବିନେଟ୍‌ ବୈଠକରେ ଯୋଗଦେଇଥିଲେ appeared first on Odisha Reporter.



from Odisha Reporter https://ift.tt/3hsZirk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages