ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ହେବ ବିଜୟଙ୍କ ଶେଷକୃତ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 20, 2020

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ହେବ ବିଜୟଙ୍କ ଶେଷକୃତ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି ଗତକାଲି ଆଖି ବୁଜିଥିବା ବେଳେ ଆଜି ତାଙ୍କ ଶେଷକୃତ୍ୟ ସଂପନ୍ନ ହେବ । ସକାଳ ୮ଟାରେ କେୟାର ହସ୍ପିଟାଲରୁ ମର ଶରୀରକୁ ବମିଖାଲସ୍ଥିତ ବାସଭବନକୁ ନିଆଯିବ । ସେଠାରେ ଆତ୍ମୀୟସ୍ୱଜନ ଓ ପ୍ରଶଂସକ ଶେଷ ଦର୍ଶନ କରିବେ । ଏହାପରେ ବିଜୟଙ୍କ ମରଶରୀରକୁ ଉତ୍କଳ ସଂଗୀତ ମହାବିଦ୍ୟାଳୟକୁ ନିଆଯିବ । ସେଠାରେ ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ସତ୍ୟନଗର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ହେବ ବୋଲି କୁହାଯାଇଛି।

ବର୍ଷୀୟାନ ଅଭିନେତା ବିଜୟଙ୍କର ଗତ ରାତିରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି। ଗତ ମେ ମାସରେ ହାଇଦ୍ରାବାଦରେ ହୃଦଘାତର ଶିକାର ହୋଇ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଥିଲେ ବିଜୟ । ସେଠାରେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା । ପରେ ସ୍ୱାସ୍ଥ୍ୟରେ ସୁଧାର ଆସିଥିବା ବେଳେ  ସେ ଓଡ଼ିଶା ଫେରିବାକୁ ଚାହିଁଥିଲେ। ଏହାପରେ ଜୁନ୍ ୧୪ ତାରିଖରେ ତାଙ୍କୁ ହାଇଦ୍ରାବାଦରୁ ଓଡ଼ିଶା ଅଣାଯାଇଥିଲା । ଭୁବନେଶ୍ୱର ଫେରିବା ପରେ ସେ କେୟାର୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହା ପରେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ହେବାରୁ ସେ ଘରକୁ ଫେରିଥିଲେ । ତେବେ ଗତ ସନ୍ଧ୍ୟାରେ ଗୁରୁତର ହେବାରୁ ତାଙ୍କୁ ପୁଣି କେୟାର ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ତାଙ୍କର ଦେହାନ୍ତ ହୋଇଥିଲା ।

The post ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ହେବ ବିଜୟଙ୍କ ଶେଷକୃତ୍ୟ appeared first on Odisha Reporter.



from Odisha Reporter https://ift.tt/32F8yo8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages