କାଠମାଣ୍ଡୁ: ଭାରତ ଓ ନେପାଳ ମଧ୍ୟରେ ସୃଷ୍ଟି ହୋଇଥିବା ସୀମା ବିବାଦ ଏବେ ଚରମ ସୀମାରେ ପହଞ୍ଚି ଯାଇଛି। ସ୍ଥିତି ଏପରି ହୋଇଛି ଯେ ନେପାଳ କେବୁଲ ଅପରେଟରମାନେ ଦୂଦର୍ଶନକୁ ଛାଡ଼ି ଆଉ ସମସ୍ତ ଭାରତୀୟ ନ୍ୟୁଜ ଚ୍ୟାନେଲର ସିଗ୍ନାଲକୁ ବନ୍ଦ କରିଦେଇଛନ୍ତି। ଅର୍ଥାତ ଭାରତୀୟ ନ୍ୟୁଜ ଚ୍ୟାନେଲଗୁଡ଼ିକ ନେପାଳରେ ଉପଲବ୍ଧ ହେବନାହିଁ।
ତେବେ ଏନେଇ କୌଣସି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇନାହିଁ। କିନ୍ତୁ ଭାରତୀୟ ଚ୍ୟାନେଲଗୁଡ଼ିକର ପ୍ରସାରଣ ହଠାତ୍ ନେପାଳରେ ବନ୍ଦ ହୋଇଯାଇଛି। ନେପାଳରେ ସେବା ଯୋଗାଉଥିବା ମେଗା ମ୍ୟାକ୍ସର ଅପରେଟର ଦ୍ରୁବ ଶର୍ମା କହିଛନ୍ତି, “ଆମେ ଗୁରୁବାର ଠାରୁ ଭାରତୀୟ ନ୍ୟୁଜ ଚ୍ୟାନେଲଗୁଡ଼ିକର ପ୍ରସାରଣ ଦେଶରେ ବନ୍ଦ କରିଦେଇଛୁ।”
ଏହି ଘଟଣା ପୂର୍ବରୁ ନେପାଳର ପୂର୍ବତନ ଡେପୁଟି ପ୍ରଧାନମନ୍ତ୍ରୀ ତଥା ଶାସକ ନେପାଳ କମ୍ୟୁନିଷ୍ଟ ପାର୍ଟି(ଏନସିପି)ର ମୁଖପାତ୍ର ନାରାୟଣ କାଜି ଶ୍ରେଷ୍ଠ କହିଥିଲେ ଯେ “ଭାରତୀୟ ଗଣମାଧ୍ୟମ ଗୁଡ଼ିକ ଯେଉଁଭଳି ଭାବେ ମିଥ୍ୟା ଖବର ପ୍ରସାରଣ କରି ନେପାଳ ବିରୋଧରେ ଏକ ଭ୍ରାନ୍ତଧାରଣା ସୃଷ୍ଟି କରୁଛନ୍ତି, ତାହା ବନ୍ଦ ହେବା ଉଚିତ। ସେମାନେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ବିଷୟରେ ଭୁଲ ତଥ୍ୟ ଦେଉଛନ୍ତି।”
ଏହାପରେ ହିଁ ନେପାଳର ମଲଟି ସିଷ୍ଟମ ଅପରେଟର ଭାରତୀୟ ନ୍ୟୁଜ ଚ୍ୟାନେଲଗୁଡ଼ିକର ପ୍ରସାରଣ ଉପରେ ରୋକ ଲଗାଇଛି।
The post ଦୂରଦର୍ଶନକୁ ଛାଡ଼ି ନେପାଳରେ ସବୁ ଭାରତୀୟ ନ୍ୟୁଜ ଚ୍ୟାନେଲ ବନ୍ଦ appeared first on Odisha Reporter.
from Odisha Reporter https://ift.tt/2ZgmjaB
No comments:
Post a Comment