କରୋନା ସମୟରେ ଅଳିଆ ସଫା କଲେ ବିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 26, 2020

କରୋନା ସମୟରେ ଅଳିଆ ସଫା କଲେ ବିଡିଓ

ବାଲିଗୁଡ଼ା (ଅଜିତ ନାୟକ): ମହାମାରୀ କରୋନା ସମୟରେ ଜଣେ ବିଡିଓ ନିଜ ଅଞ୍ଚଳକୁ ପରିଷ୍କାର ପରିଚ୍ଛନ୍ନ କରିବା ପାଇଁ ଅଣ୍ଟା ଭିଡିଛନ୍ତି। ସେଥିପାଇଁ ହାତରେ କୋଦାଳ ଧରି ମୁହଁରେ ମାସ୍କ ପିନ୍ଧି କର୍ମଚାରୀ ସହ ମିଶି ଅଳିଆ ଆବର୍ଜନା ସଫା କରିଛନ୍ତି। ଆଜି ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକରେ।

କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଇକିଆ ବ୍ଲକର ୫ଟି ପଞ୍ଚାୟତକୁ ଅନିର୍ଦ୍ଦିଷ୍ଟ କାଳ ଯାଏ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ରାଇକିଆ ସହର ମଧ୍ୟ କଣ୍ଟେମେଣ୍ଟ ଜୋନ୍‌ରେ ରହିଛି। ଏଭଳି ଏକ ସମୟରେ କେହି ଘରୁ ବାହାରୁ ନଥିବା ବେଳେ ଆଜି ସକାଳେ ରାଇକିଆ ବିଡିଓ ପ୍ରବୀଣ କୁମାର ବାଣୁଆ ନିଜ କର୍ମଚାରୀଙ୍କୁ ନେଇ ରାଇକିଆ ସହରର ବିଭିନ୍ନ ସ୍ଥାନରେ ପଡ଼ିଥିବା କୁଢ଼ କୁଢ଼ ଅଳିଆ ଆବର୍ଜନା ସଫା କରିଥିଲେ। ଏହାସହ ଡ୍ରେନ୍‌ ଗୁଡ଼ିକ ମଧ୍ୟ ସଫା କରିଥିଲେ। ବିଡିଓ ଅଳିଆ ସଫା କରିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ବିଡିଓଙ୍କ ଏପରି କାର୍ଯ୍ୟକୁ  ଅଞ୍ଚଳବାସୀ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଛନ୍ତି।

The post କରୋନା ସମୟରେ ଅଳିଆ ସଫା କଲେ ବିଡିଓ appeared first on Odisha Reporter.



from Odisha Reporter https://ift.tt/3g3cu5I

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages