୧୪ ଲକ୍ଷ ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା: ଦିନକରେ ପ୍ରାୟ ୫୦ ହଜାର ପଜିଟିଭ, ୭୦୮ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 26, 2020

୧୪ ଲକ୍ଷ ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା: ଦିନକରେ ପ୍ରାୟ ୫୦ ହଜାର ପଜିଟିଭ, ୭୦୮ ମୃତ

ନୂଆଦିଲ୍ଲୀ: ମହାମାରୀ କରୋନା ରବିବାର ସବୁ ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛି। ୨୪ ଘଣ୍ଟାରେ ପ୍ରାୟ ୫୦ ହଜାର ଲୋକ ଏହି ପ୍ରାଣଘାତୀ ଭାଇରସରେ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୪ ଲକ୍ଷ ପାର କରିଯାଇଛି। ସେହିପରି ଦିନକରେ ୭୦୮ ଜଣ ପ୍ରାଣ ହରାଇଥିବାରୁ ମୃତ୍ୟୁସଂଖ୍ୟା ୩୩ ହଜାର ନିକଟରେ ପହଞ୍ଚି ଯାଇଛି। ଦିନକୁ ଦିନ ସଂକ୍ରମଣ ବଢ଼ୁଥିବାରୁ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଲୋକଙ୍କ ମଧ୍ୟରେ ବି ଭୟର ବାତାବରଣ ସୃଷ୍ଟି ହୋଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ୨୪ ଘଣ୍ଟାରେ ଦେଶରେ ୪୯,୯୩୧ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୪,୩୫,୪୫୩ରେ ପହଞ୍ଚି ଯାଇଛି। ସେହିପରି କରୋନା ଏଯାଏ ଦେଶରେ ୩୨,୭୭୧ ଜଣଙ୍କ ମୁଣ୍ଡ ନେଇ ସାରିଲାଣି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଯାଏ ଦେଶରେ ମୋଟ ୯,୧୭,୫୬୮ ଜଣ କରୋନାରୁ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି ଓ ୪,୮୫,୧୧୪ ଆକ୍ଟିଭ କେସ ରହିଛି।

ମହାରାଷ୍ଟ୍ରରେ ଆକ୍ରାନ୍ତ ହୋଇଥିବା ୩,୭୫,୭୯୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୩,୬୫୬ ଜଣ ପ୍ରାଣ ହରାଇଛନ୍ତି। ଏଠାରେ ୨,୧୩, ୨୩୮ ଜଣ ସୁସ୍ଥ ହୋଇଛନ୍ତି। ତାମିଲନାଡୁରେ ବି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଯାଏ ରାଜ୍ୟରେ ସଂକ୍ରମିତ ହୋଇଥିବା ୨,୧୩,୭୨୩ ଜଣଙ୍କ ମଧ୍ୟରୁ ୩୪୯୪ ଜଣଙ୍କ ମୃତ୍ୟୁ ଘଟିଛି।

ଦିଲ୍ଲୀରେ ଆକ୍ଟିଭ କେସ ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଉଛି। ଦିଲ୍ଲୀରେ ଏବେ ୧୧,୯୦୪ ଆକ୍ଟିଭ କେସ ରହିଛି ଓ ୧,୧୪,୮୭୫ ଜଣ ସୁସ୍ଥ ହୋଇଛନ୍ତି। ଏଠାରେ କରୋନା ଦ୍ୱାରା ମୋଟ ୧,୩୦,୬୦୬ ଜଣ ଆକ୍ରାନ୍ତ ହୋଇଛନ୍ତି ଓ ୩୮୨୭ ଜଣ ପ୍ରାଣ ହରାଇଛନ୍ତି।

The post ୧୪ ଲକ୍ଷ ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା: ଦିନକରେ ପ୍ରାୟ ୫୦ ହଜାର ପଜିଟିଭ, ୭୦୮ ମୃତ appeared first on Odisha Reporter.



from Odisha Reporter https://ift.tt/2WYCZ53

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages