ସମ୍ବଲପୁର/ଜଗତସିଂହପୁର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢ଼ିଚାଲିଛି। ବିଭିନ୍ନ ନର୍ସିଂହୋମ ଓ ଘରୋଇ ହସ୍ପିଟାଲରୁ ମଧ୍ୟ କରୋନା ରୋଗୀ ଚିହ୍ନଟ ହେଉଛନ୍ତି। ଗତକାଲି ଏକ ନର୍ସିଂହୋମ ଓ ଘରୋଇ ହସ୍ପିଟାଲରୁ କରୋନା ପଜିଟିଭ ଚିହ୍ନଟ ହେବା ପରେ ଉକ୍ତ ନର୍ସିଂହୋମ ଓ ଘରୋଇ ହସ୍ପିଟାଲକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ।
ସମ୍ବଲପୁର ସହରରେ ଏକ ଘରୋଇ ନର୍ସିଂହୋମର ଜଣେ ରୋଗୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ସମ୍ପୃକ୍ତ ନର୍ସିଂହୋମକୁ ସିଲ କରିଛି ଜିଲ୍ଲା ପ୍ରଶାସନ। ପଜିଟିଭ ଚିହ୍ନଟ ରୋଗୀଙ୍କୁ ଚିକିତ୍ସା କରିଥିବା ଡାକ୍ତର ଓ ନର୍ସମାନଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି।
ସେହିପରି ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଥିବା ଏକ ଘରୋଇ ହସ୍ପିଟାଲରୁ ଜଣେ କରୋନା ପଜିଟିଭ ଚିହ୍ନଟ ପରେ ଉକ୍ତ ହସ୍ପିଟାଲକୁ ସିଲ୍ କରାଯାଇଛି। ଏହାସହ ଘରୋଇ ହସ୍ପିଟାଲକୁ ବିଶୋଧନ କରାଯାଇଛି। ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ହୋମ କ୍ୱାରେଣ୍ଟାଇନ୍ରେ ରହିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି।
The post ପଜିଟିଭ ଚିହ୍ନଟ ପରେ ସିଲ୍ ହେଲା ନର୍ସିଂହୋମ, ଘରୋଇ ହସ୍ପିଟାଲ appeared first on Odisha Reporter.
from Odisha Reporter https://ift.tt/2WNaQ0A
No comments:
Post a Comment