ଘାରିଲା କରୋନା ଭୟ; ମୃତ ଦମ୍ପତିଙ୍କୁ ଛୁଇଁବାକୁ ମନା କଲେ ଗ୍ରାମବାସୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 3, 2020

ଘାରିଲା କରୋନା ଭୟ; ମୃତ ଦମ୍ପତିଙ୍କୁ ଛୁଇଁବାକୁ ମନା କଲେ ଗ୍ରାମବାସୀ

ଆସିକା(ମନୋଜ ମୁନି): ୨୭ ବର୍ଷୀୟ ପୁଅର ମୃତ୍ୟୁ ଖବର ପାଇ ଜୀବନ ହାରିଥିବା ବାପାମା’ଙ୍କ ମୃତଦେହ ସତ୍କାର କରିବାକୁ ଅମଙ୍ଗ ହେଉଛନ୍ତି ଗ୍ରାମବାସୀ। ଫଳରେ ମୃତ୍ୟୁର ଦିନକ ପରେ ବି ସେମିତି ପଡ଼ି ରହିଛି ମର ଶରୀର।

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ନାରାୟଣପୁର ଶାସନ ଗାଁର ସ୍ୱାମୀ, ସ୍ତ୍ରୀଙ୍କ ମୃତଦେହକୁ କରୋନା ଭୟରେ ଛୁଉଁ ନାହାନ୍ତି ଗାଁଲୋକେ । ଫଳରେ ଅଛୁଁଆ ହୋଇ ପଡ଼ିଛି ଉଭୟଙ୍କ ମୃତଦେହ ।

ସୂଚନା ଅନୁସାରେ, ସ୍ଥାନୀୟ ଅଞ୍ଚଳର ଶିକ୍ଷକ ସୀମାଞ୍ଚଳ ଶତପଥୀ ଗତ ବୁଧବାର ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ  । ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା। ଅପରାହ୍ନରେ ଏହି ଖବର ପାଇ ଦୁଃଖରେ ଭାଙ୍ଗିପଡ଼ିଥିବା ମା’  ଘରେ ଏବଂ ବାପା ନିକଟସ୍ଥ ଜଙ୍ଗଲରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ହେଲେ କରୋନା ଆଶଙ୍କାରେ ଉଭୟଙ୍କ ମୃତଦେହକୁ ଛୁଇଁବା ତଥା ସତ୍କାର ନିମନ୍ତେ ଗ୍ରାମବାସୀ ରାଜି ହୋଇ ନ ଥିଲେ। ଫଳରେ ତାହା ଗଛରେ ଝୁଲି ରହିଥିଲା।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ସକାଳେ ପୁଲିସ୍‌ ଟିମ୍‌ ଓ  ଆମ୍ବୁଲାନ୍ସ କର୍ମଚାରୀ ପହଞ୍ଚି ମୃତଦେହକୁ ତଳକୁ ଓହ୍ଲାଇଥିଲେ। ପ୍ରଶାସନିକ ଅଧିକାରୀ ପହଞ୍ଚିବା ପରେ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯିବ ବୋଲି ଜଣାଯାଇଛି।

ଦୁଇ ଦିନ ତଳେ ସୀମାଞ୍ଚଳ ଶତପଥୀ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ପରିବାର ଲୋକେ ଭୁବନେଶ୍ଵରରେ ଏକ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା।  ଏହାପରେ ଭୁବନେଶ୍ୱରରେ ତାଙ୍କର ଶବ ସତ୍କାର ହୋଇଥିଲା। ପୁଅର ମୃତ୍ୟୁ ଖବର ପାଇ ବାପା ରାଜ କିଶୋର ଓ ମା’ ସୁଲୋଚନା ଭାଙ୍ଗି ପଡ଼ିଥିଲେ।

ମାନସିକ ଭାରସାମ୍ୟ ହରାଇ ବାପା ରାଜ କିଶୋର ସାପୁଆ ବଷା (ଜଙ୍ଗଲ) ନିକଟରେ ଥିବା ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେପଟେ ମା’ ସୁଲୋଚନା ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ।

The post ଘାରିଲା କରୋନା ଭୟ; ମୃତ ଦମ୍ପତିଙ୍କୁ ଛୁଇଁବାକୁ ମନା କଲେ ଗ୍ରାମବାସୀ appeared first on Odisha Reporter.



from Odisha Reporter https://ift.tt/3isa4iI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages