ଶାଢ଼ି ଶୋରୁମ୍‌‌ରେ ଲାଗିଗଲା ନିଆଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 10, 2020

ଶାଢ଼ି ଶୋରୁମ୍‌‌ରେ ଲାଗିଗଲା ନିଆଁ

ଚାନ୍ଦବାଲି (ବାସୁଦେବ ଦାସ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ମତୋ ବଜାରରେ ଥିବା ଏକ ଶାଢ଼ି ଶୋରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫଳରେ ସେଠାରେ ଥିବା ସବୁ ଶାଢ଼ି ଓ ଅନ୍ୟାନ୍ୟ କପଡ଼ା ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି।

ଆଜି ଭୋରରେ ଦୋକାନରୁ ଧୂଆଁ ବାହାରୁ ଥିବାର ଦେଖି ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଚାନ୍ଦବାଲି ଦମକଳ ବାହିନୀର ଦୁଇଟି ଗାଡ଼ି ପହଞ୍ଚି ଦୋକାନର ଶଟରକୁ ତାଡ଼ି ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ ସବୁ ପୋଡ଼ି ପାଉଁଶ ହୋଇଯାଇଥିଲା। ଖବର ପାଇ ଦୋକାନର ମାଲିକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ପାଖାପାଖି କୋଟିଏରୁ ଅଧିକ ଟଙ୍କାର ଶାଢ଼ି ଓ ଅନ୍ୟାନ୍ୟ କପଡ଼ା ପତ୍ର ପୋଡ଼ି ପାଉଁଶ ହୋଇଯାଇଥିବା ଶୋରୁମ୍‌ ମାଲିକ ସୂଚନା ଦେଇଛନ୍ତି।

ସେହିଭଳି ଗତକାଲି ବିଳମ୍ବିତ ରାତିରେ ଆମ୍ବୋଲ ଗାଁର ମଧୁ ଭୂୟାଁ ଓ ବାବାଜୀ ଭୂୟାଁଙ୍କ ଘରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ଦୁଇଟି ପରିବାରର ଚାରି ବଖରା ଘର ପୋଡ଼ି ପାଉଁଶ ହୋଇଯାଇଥିଲା। ଘରର ଆସବାବପତ୍ର ସହିତ ଅନ୍ୟାନ୍ୟ ଜିନିଷ ପୋଡ଼ି ନଷ୍ଟ ହୋଇଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ।

The post ଶାଢ଼ି ଶୋରୁମ୍‌‌ରେ ଲାଗିଗଲା ନିଆଁ appeared first on Odisha Reporter.



from Odisha Reporter https://ift.tt/3gOjaVg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages