ଭଦ୍ରକ(ପାର୍ଥ ସାରଥୀ ନାୟକ): “ମୋ ଝିଅକୁ ବାଟରେ ଘାଟରେ ଖରାପ ବ୍ୟବହାର କରୁଛି। ବାଟ ଚଲାଇ ଦେଉନି। ଭୟରେ ମୋ ଝିଅ ଘରୁ ବାହାରି ପାରୁନି। ବାହାରେ କହିଲେ ମାରି ଦେବି, ହାଣି ଦେବି ବୋଲି ଧମକ ଦେଉଛି। ମୋତେ ନ୍ୟାୟ ଦରକାର। ”
ଭଦ୍ରକ ଜିଲ୍ଲା ଏସ୍ପି ଅଫିସ୍କୁ ଗୁହାରି ଜଣାଇବାକୁ ଆସିଥିବା ଜଣେ ମହିଳା ଗତକାଲି ଏପରି ଆକୁଳ ନିବେଦନ କରି ନିଜ ଝିଅ ପାଇଁ ନ୍ୟାୟ ଭିକ୍ଷା କରୁଥିଲେ। ମହିଳାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ନାବାଳିକା ଝିଅକୁ ଧାମରା ଅଞ୍ଚଳର ସୁବାଷ ହାଜିରା ନାମକ ୬୦ ବର୍ଷର ବୃଦ୍ଧ ଅଶ୍ଳୀଳ ଇଙ୍ଗିତ କରୁଛି। ଝିଅ ଟ୍ୟୁସନ ଯିବାବେଳେ, ସବୁବେଳେ କମେଣ୍ଟ ମାରୁଛି, ହଇରାଣ କରୁଛି। ଏନେଇ ସେ ଧାମରା ଥାନାରେ ଅଭିଯୋଗ କରିବା ସତ୍ତ୍ୱେ ପୁଲିସ୍ କୌଣସି ପଦକ୍ଷେପ ଗ୍ରହଣ କରୁ ନାହିଁ।
ଅପରପକ୍ଷେ ସୁବାଷ ବାରମ୍ବାର ମା’ ଝିଅଙ୍କୁ ଜୀବନରୁ ମାରି ଦେଉଥିବା ଧମକ ଦେଉଛନ୍ତି। ଫଳରେ ଘରୁ ବାହାରିବା ସମ୍ଭବ ହୋଇପାରୁ ନାହିଁ। ସ୍ଥାନୀୟ ପୁଲିସ୍ ସୁବାଷଙ୍କୁ ଗିରଫ କରୁ ନ ଥିବା ବେଳେ, ବାଧ୍ୟ ହୋଇ ମୁଁ ମୋ ଝିଅକୁ ଧରି ଜୀବନ ଭୟରେ ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛି ବୋଲି କହିଛନ୍ତି ।
ଘଟଣାର ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ଏସ୍ପି ପ୍ରତିଶ୍ରୁତି ଦେବା ପରେ ଉଭୟ ମା’ ଝିଅ ସେଠାରୁ ଘରକୁ ଫେରିଥିବା ଜଣାଯାଇଛି।
The post “ମୋ ଝିଅକୁ ହଇରାଣ କରୁଛି ୬୦ ବର୍ଷର ବୁଢ଼ା, ଶୁଣୁନି ପୁଲିସ୍” appeared first on Odisha Reporter.
from Odisha Reporter https://ift.tt/30UpoMZ
No comments:
Post a Comment