ସବ୍ୟ-ତମନ୍ନା ଟ୍ରିଂ ଟ୍ରିଂ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 27, 2020

ସବ୍ୟ-ତମନ୍ନା ଟ୍ରିଂ ଟ୍ରିଂ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ମଦ‌ହୋସୀ ଆଜି ଏଇ ରାତି, ବଦମାସୀ ମନ ତଳେ ତାତି। ଓରେ ସାଥୀରେ ଆ ତ ଥରେ, ତୋ ପାଇଁ ଏଇ ଛାତି ଭିତରେ, ଟ୍ରି ଟ୍ରିଂ ଦିଲ୍‌ କା ଘଣ୍ଟି ରିଂ  ରିଂ ରିଂ’ ଏମିତି କିଛି ମୁଖ୍‌ଡ଼ାରୁ ଆରମ୍ଭ ହୋଇଛି ଗୀତ ‘ଟ୍ରିଂ ଟ୍ରିଂ’। ଫିଲ୍ମ ‘ଲକିର ଲକ୍‌ଡାଉନ୍‌ ଲଭ୍‌ଷ୍ଟୋରୀ’ର ଏହି ଗୀତଟିର ଅଡିଓ ଗତ କିଛି ଦିନ ତଳେ ରିଲିଜ୍‌ ହୋଇଥିବା ବେଳେ ଗତକାଲି ଏହାର ଭିଡିଓ ରିଲିଜ୍‌ ହୋଇଛି।

ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ସବ୍ୟସାଚୀ ଏବଂ ତମନ୍ନାଙ୍କୁ ନିଆରା ଲୁକ୍‌ରେ ଦେଖିବାକୁ ମିଳିଛି। ଏହା ଏକ ରୋମାଣ୍ଟିକ୍‌ ଟ୍ରାକ୍‌। ସେଥିପାଇଁ ଏଥିରେ ସବ୍ୟ ଏବଂ ତମନ୍ନାଙ୍କ ଭରପୂର‌ କେମେଷ୍ଟ୍ରି ଦେଖିବାକୁ ମିଳିଛି। ଗୀତଟିକୁ ଗାଇଛନ୍ତି ସତ୍ୟଜିତ୍‌ ଏବଂ ଲିପ୍‌ସା। ଗୀତର ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ୍‌ ମଜୁମ୍‌ଦାର। ଗୀତଟିକୁ ଲେଖିଛନ୍ତି ନିର୍ମଳ ନାୟକ। ୨୪ଘଣ୍ଟା ମଧ୍ୟରେ ଗୀତଟିକୁ ୟୁଟ୍ୟୁବ୍‌ରେ ୮୦ହଜାରରୁ ଅଧିକ ଲୋକ ଦେଖିସାରିଲେଣି।

‘ଲକିର ଲକ୍‌ଡାଉନ୍‌ ଲଭ୍‌ଷ୍ଟୋରୀ’ରେ ପ୍ରଥମ ଥର ସବ୍ୟସାଚୀ ଏବଂ ତମନ୍ନାଙ୍କୁ ଏକାଠି ଦେଖିବାକୁ ମିଳିବ। ଫିଲ୍ମର ନିର୍ଦ୍ଦେଶନା ଆଶୋକ ପତି ଦେଉଥିବା ବେଳେ ଏହା କାହାଣୀ, ସ୍କ୍ରିନ୍‌ ପ୍ଲେ ଏବଂ ସଂଳାପ ଲେଖିଛନ୍ତି ଦେବୀଦତ୍ତ ମହାନ୍ତି। ସଙ୍ଗୀତ ନିର୍ଦ୍ଦେଶନା ଭାର ଅଭିଜିତ୍‌ ମଜୁମ୍‌ଦାରଙ୍କ ଉପରେ ନ୍ୟସ୍ତ ଥିବା ବେଳେ କୋରିଓଗ୍ରାଫି ଦାୟିତ୍ୱରେ ରହିଛନ୍ତି ଅମିତ୍‌ ନାୟକ।

ସବ୍ୟ ଏବଂ ତମନ୍ନାଙ୍କ ବ୍ୟତୀତ ଏଥିରେ ବବି ମିଶ୍ର, ପପୁ ପମ୍‌ପମ୍‌, ପ୍ରଦ୍ୟୁମ୍ନ ଲେଙ୍କା, ତୃପ୍ତି ସିହ୍ନା ଓ ଜୀବନ ପଣ୍ଡାଙ୍କୁ ଦେଖିବାକୁ ମିଳିବ।

 

The post ସବ୍ୟ-ତମନ୍ନା ଟ୍ରିଂ ଟ୍ରିଂ appeared first on Odisha Reporter.



from Odisha Reporter https://ift.tt/3g6eRoD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages