କଂଗ୍ରେସରେ ହତାଶ ଯୁବ ପିଢ଼ି, ବିଜେପିରେ ପ୍ରଚୁର ସୁଯୋଗ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 17, 2020

କଂଗ୍ରେସରେ ହତାଶ ଯୁବ ପିଢ଼ି, ବିଜେପିରେ ପ୍ରଚୁର ସୁଯୋଗ!

ନୂଆଦିଲ୍ଲୀ: ରାଜସ୍ଥାନରେ ସଚିନ ପାଇଲଟଙ୍କ ଭଳି ନେତା କଂଗ୍ରେସରେ କୋଣଠେସା ହେବା ପରେ କଂଗ୍ରେସରେ ଯୁବ ପିଢ଼ିର ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଥଚ କଂଗ୍ରେସର ଘୋର ବିରୋଧୀ ବିଜେପି ଚଳିତ ମାସ ଦଳର ୩୦ ପ୍ରତିଶତ ଯୁବ ନେତାଙ୍କୁ ଦଳର ବିଭିନ୍ନ ପଦ ପଦବୀ ପ୍ରଦାନ କରି ଦଳ ଓ ସେମାନଙ୍କ ରାଜନୀତିକ ଭବିଷ୍ୟତକୁ ସୁରକ୍ଷିତ କରିବାକୁ ଯୋଜନା କରିଥିବା ସୂଚନା ରହିଛି।

୨୦୧୪ରେ ଦେଶରେ ବିଜେପି କ୍ଷମତା ଦଖଲ କରିବା ପରେ ଦଳର ସାଂଗଠନିକ ଚିତ୍ରରେ ପରିବର୍ତ୍ତନ କରିଛି। ମାର୍ଗଦର୍ଶକ ମଣ୍ଡଳ ନାମକ ଏକ ଟିମ୍ ଗଢ଼ି ଦଳର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ ଏବଂ ମୁରଲୀ ମନୋହର ଜୋଶୀ ଭଳି ନେତାଙ୍କୁ ବିଜେପି ଥଇଥାନ କରିଛି। ଏହି ଦୁଇ ନେତା ସେତେବେଳେ ସାଂସଦ ହୋଇଥିଲେ ମଧ୍ୟ ବୟସ କାରଣରୁ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ୍ କରିନଥିଲେ। ଯେଉଁଥିରୁ ସ୍ପଷ୍ଟ ହୋଇଥିଲା ବିଜେପି ଉତ୍ତରାଧିକାରୀ ଚିନ୍ତାରେ ରହିଛି।

ସେହିଭଳି ୨୦୧୭ରେ ମୋଦି ସରକାର ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିଥିଲେ। ଏହି ସମୟରେ ନିର୍ମଳା ସୀତାରମଣ, ଧର୍ମେନ୍ଦ୍ର ପ୍ରଧାନ, ପୀୟୂଷ ଗୋଏଲଙ୍କ ଭଳି ନେତାଙ୍କୁ କ୍ୟାବିନେଟ ପାହ୍ୟା ଦେଇ ବଡ଼ ବଡ଼ ବିଭାଗର ଦାୟିତ୍ୱ ଦେଇଥିଲା।

୨୦୧୯ରେ ସାଧାରଣ ନିର୍ବାଚନ ବେଳେ ଅନେକ ବୟସ୍କ ନେତାଙ୍କୁ ଦଳ ଟିକେଟ୍ ନଦେଇ ଯୁବ ପିଢ଼ିଙ୍କୁ ଟିକେଟ୍ ଦେଇଥିଲା। ଆଡଭାନୀ, ଯୋଶୀଙ୍କ ଭଳି ବିଜେପିର ଭେଟେରାନ ନେତା ବୟସ କାରଣରୁ ଦଳୀୟ ଟିକେଟ୍ ପାଇବାରୁ ବଞ୍ଚିତ ହୋଇଥିଲେ। ମୋଦୀଙ୍କ ପ୍ରଥମ ସରକାରରେ କେନ୍ଦ୍ର କୃଷିମନ୍ତ୍ରୀ ଥିବା ରାଧା ମୋହନ ସିଂହ (୭୦) ଦଳୀୟ କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ସେହିପରି ପୂର୍ବତନ ଷ୍ଟିଲ୍ ମନ୍ତ୍ରୀ ଚୌଧୁରୀ ବୀରେନ୍ଦ୍ର ସିଂହ (୭୪)ଙ୍କୁ ଦଳ ଟିକେଟ ଦେଇ ନାହିଁ।

ତେବେ ମୋଦି ତାଙ୍କ ୨୦୧୯ ସରକାର ମନ୍ତ୍ରିମଣ୍ଡଳରେ ଗଜେନ୍ଦ୍ର ସିଂହ ଶେଖାଓ୍ୱତ (୫୨)ଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ୍ କରିଛନ୍ତି। ଗଜେନ୍ଦ୍ର ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ବିକଳ୍ପ ବୋଲି ଏବେ ଚର୍ଚ୍ଚା ହେଉଛି। ସେହିପରି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (୪୮), ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ୱତ (୫୯), ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ (୪୮)ଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ଆସନରେ ବସାଇଛି।

ଅନ୍ୟପଟେ କଂଗ୍ରେସର ସଂଗଠନ ଏବେ ବି ଗାନ୍ଧି ପରାବାର ହାତରେ ରହିଛି। ରାହୁଲ ଗାନ୍ଧୀ ସଭାପତି ଥିବା ବେଳେ ଅନେକ ଯୁବ ଚେହେରାକୁ ସେ ଆଗକୁ ଆଣିଥିଲେ। ହେଲେ ସେ ଦଳର ସଭାପତି ପଦବୀରୁ ଓହରିବା ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ସଚିନ ପାଇଲଟଙ୍କ ଭଳି ନେତା ଦଳରେ କୋଣଠେସାର ଶିକାର ହୋଇଛନ୍ତି ବୟସ୍କ ନେତାଙ୍କ ଆଗରେ। ଯଦିଓ ସିନ୍ଧିଆ ମାର୍ଚ୍ଚରେ ବିଜେପି ମିଶି ରାଜ୍ୟସଭା ସାଂସଦ ହୋଇଛନ୍ତି, ହେଲେ ସଚିନ ଦଳରୁ ଏଯାବତ ନିଲମ୍ୱନ ହୋଇନଥିଲେ ମଧ୍ୟ କୋଣଠେସା ହୋଇ ରହିଛନ୍ତି।

ଦିଲ୍ଲୀର ଉଦାହରଣକୁ ଯଦି ଦେଖିବା ୨୦୧୩ରେ ଦିଲ୍ଲୀରେ ଦୀର୍ଘ ୧୫ ବର୍ଷର ଶୀଲା ଦୀକ୍ଷିତ ସରକାରକୁ ଗାଦିଚ୍ୟୁତ କରିଥିଲେ ଅରବିନ୍ଦ କେଜ୍ରିଓ୍ୱାଲ। ଦୀକ୍ଷିତଙ୍କ ବୟସ ସେତେବେଳେ ୭୫+ ରହିଥିବା ବେଳେ କେଜ୍ରିଓ୍ୱାଲ ଯୁବ ଚେହେରା ଭାବେ ଉଭା ହୋଇଥିଲେ। ପରେ ପରେ ୨୦୧୭ରେ ୟୁପି ବିଧାନସଭା ନିର୍ବାଚନ ବେଳେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା ହୋଇଥିଲେ ଶୀଲା ଦୀକ୍ଷିତ। ଯଦିଓ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିନଥିଲା ହେଲେ ବି ଶୀଲା ଦୀକ୍ଷିତ ହାରିଥିଲେ।

ତେବେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ (୫୮), କର୍ଣ୍ଣାଟକ କଂଗ୍ରେସ ସଭାପତି ଡେକି ଶିବ କୁମାର (୫୮)ଙ୍କୁ ଦଳ ଏବେ ଭରସା ଦୁଇ ରାଜ୍ୟର ନେତୃତ୍ୱ ଦେଇଛି। ଯେଉଁଠି ଦଳର ସ୍ଥିତି ଏବେ ଭଲ ରହିଛି।

ସେହିପରି ଓଡ଼ିଶାରେ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (୭୩) ନେତୃତ୍ୱ ନେଉଥିବା ବେଳେ କଂଗ୍ରେସର ନେତୃତ୍ୱ ନେଉଛନ୍ତି ନିରଞ୍ଜନ ପଟ୍ଟନାୟକ (୭୨)। ଅନ୍ୟପକ୍ଷରେ ବିଜେପି ଏଠାରେ ଧର୍ମେନ୍ଦ୍ର ପ୍ରଧାନ (୫୧) ଏବଂ ବୈଜୟନ୍ତ ପଣ୍ଡା(୫୬)ଙ୍କ ଭଳି ନେତାକୁ ରାଜ୍ୟର ଚେହେରା କରୁଛି।

ତେଣୁ କଂଗ୍ରେସ ଭବିଷ୍ୟତରେ ଯୁବ ନେତୃତ୍ୱର ଅଭାବକୁ ସାମ୍ନା କରିବାକୁ ଯାଉଛି। ଅନ୍ୟପଟେ ବିଜେପି ଯୁବ ଚେହେରାଙ୍କୁ ଆଗକୁ ଆଣି ଭବିଷ୍ୟତ ସୁରକ୍ଷିତ କରିବାକୁ ସଜବାଜ ହେଉଛି।

The post କଂଗ୍ରେସରେ ହତାଶ ଯୁବ ପିଢ଼ି, ବିଜେପିରେ ପ୍ରଚୁର ସୁଯୋଗ! appeared first on Odisha Reporter.



from Odisha Reporter https://ift.tt/2OAd7Yx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages