ନୂଆଦିଲ୍ଲୀ: ଲଦାଖ ବିବାଦର ସମାଧାନ ପାଇଁ ଉଭୟ ଭାରତ ଓ ଚାଇନା ଜୋରଦାର ପ୍ରୟାସ ଜାରି ରଖିଛନ୍ତି। ବୁଝାମଣା ଅନୁଯାୟୀ, ଏଲଏସିର ବିଭିନ୍ନ ସ୍ଥାନରୁ ଚାଇନା ସେନା ପଛକୁ ହଟୁଥିବା ଖବର ମିଳୁଛି। ସଂପୂର୍ଣ୍ଣ ଭାବେ ସୀମା ବିବାଦ ଶେଷ ହୋଇଗଲେ, ଭାରତ ପୂର୍ବ ଭଳି ଏଲଏସିର ସମସ୍ତ ଫିଙ୍ଗର୍ସ ଅଞ୍ଚଳ ସହ ଲଦାଖର ପଙ୍ଗୋଙ୍ଗ ହ୍ରଦରେ ପ୍ୟାଟ୍ରୋଲିଂ ଜାରି ରଖିବ।
ପୂର୍ବରୁ ମଧ୍ୟ ଏହି ସବୁ ଅଞ୍ଚଳରେ ପ୍ୟାଟ୍ରୋଲିଂ ଜାରି ରହିଥିଲା। ହେଲେ ଚାଇନା ସେନା ଜବରଦସ୍ତ ଏଠାରେ ପ୍ରବେଶ କରି ଭାରତର କାର୍ଯ୍ୟକଳାପ ଉପରେ ରୋଗ ଲଗାଇବାକୁ ଚେଷ୍ଟା କରିଥିଲେ। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କିଛି ଦିନ ହେଲା ପ୍ୟାଟ୍ରୋଲିଂ ବନ୍ଦ ରହିଛି। କିନ୍ତୁ ଆମେ ବିବାଦର ସମାଧାନ ପାଇଁ ଅପେକ୍ଷା କରିଛୁ। ବିବାଦର ସମାଧାନ ହେବା ପରେ ଆମେ ବ୍ୟକ୍ତିଗତ ଭାବେ ଯାଇ ଆମର ସମସ୍ତ ପଏଣ୍ଟକୁ ତର୍ଜମା କରିବୁ ଓ ପୂର୍ବଭଳି ପ୍ୟାଟ୍ରୋଲିଂ ମଧ୍ୟ କରିବୁ ବୋଲି ଜଣେ ଅଧିକାରୀ କହିଛନ୍ତି।
ଭାରତର ଦାବି ମୁତାବକ ଏଲଏସିରେ ଥିବା ୮ଟି ଯାକ ଫିଙ୍ଗର୍ସ ପଏଣ୍ଟରେ ଭାରତୀୟ ସେନା ବହୁ ପୂର୍ବରୁ ପ୍ୟାଟ୍ରୋଲିଂ କରୁଥିଲେ ଓ ଏହା ନୂଆଦିଲ୍ଲୀର ଅଂଶବିଶେଷ। କିନ୍ତୁ ଚାଇନା କହିବା କଥା ଯେ ଫିଙ୍ଗର ୪ ପରେ ଥିବା ଏଲଏସି ବେଜିଂର। ମେ’ ମାସ ଆରମ୍ଭରେ ଭାରତୀୟ ସେନା ଫିଙ୍ଗର ୮କୁ ଯିବା ବେଳେ ଚାଇନା ବାଧା ଦେଇଥିଲା।
ଏହାକୁ ନେଇ ପ୍ରଥମଥର ପାଇଁ ଦୁଇ ଦେଶ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଏବେ ଡସଏନଗେଜମେଣ୍ଟ ଚାଲିଥିବାରୁ ଚାଇନା ଫିଙ୍ଗର ୪ରୁ ୮ ମଧ୍ୟରେ ଅଞ୍ଚଳ ଖାଲି କରିବାର ସମ୍ଭାବନା ରହିଛି। ଚାଇନା ଫିଙ୍ଗର ୪ରୁ ୮ ମଧ୍ୟରେ ୧୮୬ଟି ଟେଣ୍ଟ ନିର୍ମାଣ କରିଥିଲା।
ଏବେ ଫିଙ୍ଗର ୪ରୁ କିଛି ଟେଣ୍ଟ ବେଜିଂ ହଟାଉ ଥିବା ଦେଖିବାକୁ ମିଳିଛି। ସେହିପରି ଗଲୱାନ ଭ୍ୟାଲି, ହଟ ସ୍ପ୍ରିଙ୍ଗସ ଓ ଗୋଗ୍ରା ସୀମାରୁ ଉଭୟ ଦେଶ ୨ କିମି ଲେଖାଏ ପଛକୁ ମଧ୍ୟ ହଟିଛନ୍ତି। ତେଣୁ ଖୁବଶୀଘ୍ର ସବୁ କିଛି ସମାଧାନ ହେବ ବୋଲି ଆଶା କରାଯାଉଛି।
The post ବିବାଦ ଶେଷ ହେବା ପରେ ଏହି ସବୁ ଅଞ୍ଚଳରେ ପ୍ୟାଟ୍ରୋଲିଂ ଜାରି ରଖିବ ଭାରତ appeared first on Odisha Reporter.
from Odisha Reporter https://ift.tt/38IvQdy
No comments:
Post a Comment