କରୋନା ରୋଗୀଙ୍କ ମୃତ୍ୟୁପରେ ତୁମୁଳକାଣ୍ଡ: ଆମ୍ବୁଲାନ୍ସ ଜାଳିଲେ, ଡାକ୍ତରଖାନା ଭାଙ୍ଗିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 22, 2020

କରୋନା ରୋଗୀଙ୍କ ମୃତ୍ୟୁପରେ ତୁମୁଳକାଣ୍ଡ: ଆମ୍ବୁଲାନ୍ସ ଜାଳିଲେ, ଡାକ୍ତରଖାନା ଭାଙ୍ଗିଲେ

ବେଙ୍ଗାଲୁରୁ: ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ଜଣେ ପ୍ରାଣ ହରାଇବା ପରେ ତାଙ୍କ ପରିବାରର ସଦସ୍ୟମାନେ ତୁମୁଳକାଣ୍ଡ ଘଟାଇଛନ୍ତି। ସେମାନେ ଆମ୍ବୁଲାନ୍ସକୁ ପୋଡ଼ି ଦେବା ସହ ଡାକ୍ତରଖାନା ଉପରକୁ ଟେକା ପଥର ମାଡ଼ କରିଛନ୍ତି। ଏହି କାରଣରୁ ଡାକ୍ତରଖାନର କାଚ ଓ ଅନ୍ୟାନ୍ୟ ଜିନିଷପତ୍ର ଭାଙ୍ଗିରୁଜି ଯାଇଛି। ଖାଲି ସେତିକି ନୁହେଁ, ମୃତକଙ୍କ ପରିବାର ସଦସ୍ୟମାନେ ଆଇସିୟୁ ଭିତରେ ଡାକ୍ତରଙ୍କୁ ମାଡ଼ ମାରିବାକୁ ଚେଷ୍ଟା କରୁଥିବା ମଧ୍ୟ ଅଭିଯୋଗ ହୋଇଛି।

କର୍ଣ୍ଣାଟକାର ବେଲାଗାଭି ଅଞ୍ଚଳରେ ଥିବା ଏକ ହସ୍ପିଟାଲରେ ଏହି ଘଟଣା କରୋନା ଯୋଦ୍ଧାଙ୍କ ସୁରକ୍ଷା ପ୍ରତି ପ୍ରଶ୍ନ ଉଠାଇଛି। ଆମ୍ବୁଲାନ୍ସ ଜଳୁଥିବାର ଭିଡିଓ ସାମ୍ନାକୁ ଆସିବା ସହ ଏହାକୁ ନିୟନ୍ତ୍ରଣ କରିବାକୁ ଅଗ୍ନିଶମ କର୍ମଚାରୀ କେମିତି ସଂଘର୍ଷ କରୁଛନ୍ତି, ସେକଥା ଦେଖିବାକୁ ମିଳିଛି।

ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ବିଆଇଏମଏସ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ହେଲେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ଚିକିତ୍ସା ଅବହେଳାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରି ପରିବାର ସଦସ୍ୟମାନେ ଡାକ୍ତର ଓ ଏହାର କର୍ତ୍ତୃପକ୍ଷଙ୍କ ଉପରେ ଆକ୍ରମଣ କରିଥିଲେ। ଖବର ପାଇ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିର ତଦନ୍ତ ଆରମ୍ଭ କରିଛି।

The post କରୋନା ରୋଗୀଙ୍କ ମୃତ୍ୟୁପରେ ତୁମୁଳକାଣ୍ଡ: ଆମ୍ବୁଲାନ୍ସ ଜାଳିଲେ, ଡାକ୍ତରଖାନା ଭାଙ୍ଗିଲେ appeared first on Odisha Reporter.



from Odisha Reporter https://ift.tt/32LD8MQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages