ଲୋକଙ୍କ ଅଭିଯୋଗ ବୁଝିବାକୁ ଥାନା ପାଇଁ ଡିଜିପିଙ୍କ ଗାଇଡ୍‌ଲାଇନ୍ସ‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 28, 2020

ଲୋକଙ୍କ ଅଭିଯୋଗ ବୁଝିବାକୁ ଥାନା ପାଇଁ ଡିଜିପିଙ୍କ ଗାଇଡ୍‌ଲାଇନ୍ସ‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସମୟରେ ଲୋକଙ୍କ ଅଭିଯୋଗ ବୁଝିବାକୁ  ରାଜ୍ୟର ସମସ୍ତ ଥାନା ପାଇଁ ଗାଇଡଲାଇନ୍ସ ଜାରି କରିଛନ୍ତି ଡିଜିପି ଅଭୟ । ପୁଲିସ୍ କର୍ମଚାରୀମାନେ କେଉଁଭଳି  ଅଭିଯୋଗ ବୁଝିବେ, ସେନେଇ ଡିଜିପି ଗାଇଡଲାଇନ୍ସ ଜାରି କରିଛନ୍ତି।

ଗାଇଡଲାଇନ୍ସ ଅନୁସାରେ-

  • ଲୋକଙ୍କ ଅଭିଯୋଗ ଶୁଣିବାକୁ ଜିଲ୍ଲା ପୁଲିସ ମୁଖ୍ୟାଳୟରେ କଣ୍ଟ୍ରୋଲ ରୁମ୍ ରହିବ। ଜିଲ୍ଲା ପୁଲିସ୍‌ କଣ୍ଟ୍ରୋଲ ରୁମ୍ ନମ୍ବର ଟ୍ୱିଟର ଏବଂ ଫେସବୁକରେ ଦିଆଯିବ।
  • ପ୍ରତି ଥାନା ବି ସେମାନଙ୍କ ଲ୍ୟାଣ୍ଡଲାଇନ ନମ୍ବର ସୋଶାଲ ମିଡିଆରେ ଦେବେ।
  • ଥାନାକୁ ଫୋନରେ ଆସୁଥିବା ଅଭିଯୋଗର ତଦାରଖ ଏସ୍‌ପି ଓ ଡିଏସ୍‌ପି କରିବେ।
  • ଲୋକଙ୍କ ଆପତ୍ତି ଶୁଣିବାକୁ ସବୁ ଥାନାରେ ରିସେପ୍ସନ କାଉଣ୍ଟର ରହିବ। ଏହା ଥାନା ମୁଖ୍ୟ କୋଠାଠାରୁ ଛାଡ଼ି କି ରହିବ, ଅଲଗା ଘର ନଥିଲେ ଟେଣ୍ଟ ଲାଗିବ।
  • ରିସେପ୍ସନ ଏରିଆ ନିୟମିତ ବିଶୋଧନ କରାଯିବ। ଆସୁଥିବା ଅଭିଯୋଗକାରୀଙ୍କୁ ମାସ୍କ ପିନ୍ଧିବା ଓ ହାତ ଧୋଇବାକୁ କୁହାଯିବ।
  • DIG/SP/DSPଙ୍କ ଅଫିସ ମେନ୍ ଗେଟ୍‌ରେ ଫୋନ୍ ନମ୍ବର ଡିସ୍‌ପ୍ଲେ ଲାଗିବ। ମେନ୍ ଗେଟ୍‌ରେ ଅଭିଯୋଗ ବାକ୍ସ ରଖାଯିବ ଓ ସେଥିରେ ଲୋକେ ଅଭିଯୋଗ ପକାଇବେ।

 

 

The post ଲୋକଙ୍କ ଅଭିଯୋଗ ବୁଝିବାକୁ ଥାନା ପାଇଁ ଡିଜିପିଙ୍କ ଗାଇଡ୍‌ଲାଇନ୍ସ‌ appeared first on Odisha Reporter.



from Odisha Reporter https://ift.tt/2OZ7tiT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages