ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କରୋନାରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆଉ ସେ ସେଠାରେ ତାଙ୍କ ନିଜ କାମ ନିଜେ କରୁଛନ୍ତି। ଯେମିତିକି ସେ ନିଜ ପୋଷାକପତ୍ର ନିଜେ ସଫା କରୁଛନ୍ତି। ଆଜି ସେ ଡାକ୍ତରଖାନାରୁ ଭିଡିଓ କନ୍ଫରେନ୍ସିଂ ଯୋଗେ ତାଙ୍କର ବରିଷ୍ଠ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀଙ୍କ ସହିତ ଏକ ବୈଠକ କରିଥିଲେ। ଏହି ବୈଠକ ସମୟରେ ସେ ଏହି କଥା କହିଥିଲେ।
ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଥିଲେ, ହସ୍ପିଟାଲ୍ରେ ମୁଁ ନିଜ ପୋଷାକ ସଫା କରୁଛି। କାରଣ କୋଭିଡ୍ ରୋଗୀମାନେ ସେମାନଙ୍କ ପୋଷାକ ଅନ୍ୟମାନଙ୍କୁ ଧୋଇବାକୁ ଦେଇ ପାରିବେ ନାହିଁ। ଏଥିରୁ ମୋତେ ଲାଭ ମିଳୁଛି। ମୋ ହାତରେ ଏକ ଅପରେସନ୍ ହୋଇଛି। ବହୁବାର ଫିଜିଓଥେରାପି କଲା ପରେ ମଧ୍ୟ ମୁଁ ହାତକୁ ମୁଠା କରିପାରୁ ନଥିଲି। କିନ୍ତୁ ଏବେ କରିପାରୁଛି। ଲୁଗା ସଫା କରିବା ପରେ ଏହା ସମ୍ଭବ ହୋଇପାରିଛି।
ସେ ଆହୁରି କହିଥିଲେ, ମୁଁ ଭାବୁଛି ଆମେ ସମସ୍ତେ ନିଜ କାମ ନିଜେ କରିବା ଦରକାର।
ଆଜିର ଏହି ବୈଠକରେ ରାଜ୍ୟର କରୋନା ସ୍ଥିତି ଉପରେ ସମୀକ୍ଷା ହୋଇଥିଲା। ସୂଚନାଯୋଗ୍ୟ, ୬୧ ବର୍ଷୀୟ ଶିବରାଜ ସିଂହ ଚୌହାନ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଶନିବାର ଜଣାପଡ଼ିଥିଲା। ସେ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଥିଲେ। ତା’ପରେ ତାଙ୍କୁ ଭୋପାଳର ଏକ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା।
The post ଡାକ୍ତରଖାନାରେ ନିଜ ପୋଷାକ ନିଜେ ସଫା କରୁଛନ୍ତି ମୁଖ୍ୟମନ୍ତ୍ରୀ, କହିଲେ- ଏଥିରୁ ମୋତେ ଲାଭ ମିଳୁଛି appeared first on Odisha Reporter.
from Odisha Reporter https://ift.tt/3f7gcda
No comments:
Post a Comment