ପାରଳାଖେମୁଣ୍ଡି(ଆଦର୍ଶ ଦାସ): ଗଜପତି ଜିଲ୍ଲାରେ ଆଖି ପିଛୁଳାକେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଜିଲ୍ଲାରେ ୧୧୪୫ ଜଣ କରୋନା ଦ୍ୱାରା କବଳିତ ହୋଇ ସାରିଥିବା ବେଳେ ୯ ଜଣ ଆଖି ବୁଜି ସାରିଲେଣି।
ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ଏହା ଉପରେ ନିୟନ୍ତ୍ରଣ ଆଣିବାକୁ ଶଟଡାଉନ୍ ଓ ଲକ୍ଡାଉନ୍ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଗଜପତି ଜିଲ୍ଲାରେ ସପ୍ତାହକୁ ୪ ଦିନ ଶଟଡାଉନ୍ ଓ ୩ ଦିନ ଲକଡାଉନ୍ ହେବ।
ଗୁରୁବାରଠାରୁ ରବିବାର ପର୍ଯ୍ୟନ୍ତ ଶଟଡାଉନ୍ ନିର୍ଦ୍ଦେଶ ଦେବା ସହ ସୋମବାରଠୁ ବୁଧବାର ପର୍ଯ୍ୟନ୍ତ ଲକ୍ଡାଉନ୍ କଟକଣା ଯଥାପୂର୍ବ ରହିବ ବୋଲି କହିଛନ୍ତି ଜିଲ୍ଲାପାଳ। ସମସ୍ତ ବ୍ଲକ ମୁଖ୍ୟାଳୟ ୪ ଦିନ ପାଇଁ ଶଟଡାଉନ୍ ରହିବ।ପାରଳାଖେମୁଣ୍ଡି ପୌରାଞ୍ଚଳ, କାଶୀନଗର NAC ମଧ୍ୟ ଶଟଡାଉନ୍ ରହିବ।
ଜିଲ୍ଲାର ୩ଟି ବ୍ଲକର ୪ଟି ପଞ୍ଚାୟତରେ ମଧ୍ୟ ଏହି କଟକଣା ବଳବତ୍ତର ରହିବ। ଏନେଇ ସମସ୍ତ ବ୍ଲକ, ପୌରାଞ୍ଚଳ, NAC କର୍ତ୍ତୃପକ୍ଷଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟାଦେଶ ପର୍ଯ୍ୟନ୍ତ ୪ ଦିନିଆ ଶଟଡାଉନ୍ କଟକଣା ବଳବତ୍ତର ରହିବ।
The post ଗଜପତରେ ୪ ଦିନ ଶଟଡାଉନ୍ , ୩ ଦିନ ଲକଡାଉନ୍ appeared first on Odisha Reporter.
from Odisha Reporter https://ift.tt/332FEys
No comments:
Post a Comment