ଶ୍ରୀନଗର: ଜମ୍ମୁ କଶ୍ମୀରର ଶୋପିଆନରେ ୪ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ାଇଛନ୍ତି ସୁରକ୍ଷାକର୍ମୀ। ଏବେ ସୁରକ୍ଷାକର୍ମୀ ସଂପୃକ୍ତ ଅଞ୍ଚଳକୁ ଘେରି ସର୍ଚ୍ଚ ଅପରେସନ କରୁଥିବା ବେଳେ ଉଭୟ ପଟୁ ଫାଇରିଂ ହେଉଥିବା ସୂଚନା ରହିଛି। ଆତଙ୍କବାଦୀମାନେ ଆମ୍ସିପୋରା ଅଞ୍ଚଳରେ ଲୁଚିଥିବା ନେଇ ଜଣାପଡ଼ିବା ପରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ।
ଆତଙ୍କବାଦୀମାନେ ଲୁଚି ରହିଥିବା ସନ୍ଦେହ କରି ସ୍ଥାନୀୟ ଲୋକମାନଙ୍କୁ ଘରୁ ନବାହାରିବାକୁ ସୁରକ୍ଷାକର୍ମୀ ଆହ୍ୱାନ କରିଛନ୍ତି। ଏବେ ବି ତିନିରୁ ଚାରି ଆତଙ୍କବାଦୀ ଲୁଚି ରହିଥିବା ସୂଚନା ରହିଛି।
An encounter has started at Amshipora area of Shopian. Police and security forces are on the job. Further details shall follow: Kashmir Zone Police
— ANI (@ANI) July 18, 2020
ଗୁଇନ୍ଦା ରିପୋର୍ଟ ଅନୁଯାୟୀ ଆତଙ୍କବାଦୀ ଶୋପିଆନରେ ବଡ଼ ଧରଣର ଅଘଟଣ ଘଟାଇବାକୁ ଯୋଜନା କରିଛନ୍ତି। ଗୁଇନ୍ଦା ରିପୋର୍ଟକୁ ଆଧାର କରି ସୁରକ୍ଷାବଳ, ପୁଲିସ ଏବଂ ସିଆରପିଏଫର ଏକ ଟିମ୍ ମିଶି ଆମ୍ସିପୋର ଅଞ୍ଚଳକୁ ଘେରି ରଖିଛନ୍ତି। ଆତଙ୍କବାଦୀ ମାନେ ଗୋଟିଏ ଘର ଭିତରେ ଲୁଚି ରହିଥିବା ସୂଚନା ରହିଛି।
The post ୪ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ାଇଲେ ସୁରକ୍ଷାକର୍ମୀ appeared first on Odisha Reporter.
from Odisha Reporter https://ift.tt/3eN9dGx
No comments:
Post a Comment