ଆଉ ଜଣେ ଐଶ୍ୱର୍ଯ୍ୟାଙ୍କୁ କରୋନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 21, 2020

ଆଉ ଜଣେ ଐଶ୍ୱର୍ଯ୍ୟାଙ୍କୁ କରୋନା

ମୁମ୍ୱାଇ: ଅମିତାଭ ବଚ୍ଚନଙ୍କ ବୋହୂ ତଥା ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ଏବେ ଆଉ ଜଣେ ଐଶ୍ୱର୍ଯ୍ୟା କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସେ ହେଉଛନ୍ତି ତାମିଲ ଅଭିନେତ୍ରୀ ଐଶ୍ୱର୍ଯ୍ୟା ଅର୍ଜୁନ। ତାଙ୍କର ଆଉ ଏକ ପରିଚୟ ମଧ୍ୟ ରହିଛି। ସେ ହେଉଛନ୍ତି ପ୍ରସିଦ୍ଧ ଅଭାନେତା ଅର୍ଜୁନ ସରଜାଙ୍କ ଝିଅ।

ଐଶ୍ୱର୍ଯ୍ୟା ଅର୍ଜୁନ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି- ମୋର କୋଭିଡ-୧୯ ଟେଷ୍ଟ କରାଯାଇଥିଲା ଓ ଏହାର ରିପୋର୍ଟ ପଜିଟିଭ ଆସିଛି। ଏବେ ମୁଁ ହୋମ୍ କ୍ୱାରେଣ୍ଟାଇନ୍‌ରେ ଅଛି। ଏକ ମେଡିକାଲ ଟିମ୍ ମତେ ପରାମର୍ଶ ଦେଉଛନ୍ତି।

View this post on Instagram

😍❤ @aishwaryaarjun #beautiful #aishwaryaarjun 💟

A post shared by Aishwarya Arjun (@the.sarja.princess) on

ଏହା ସହିତ ଗତ କିଛି ଦିନରେ ତାଙ୍କୁ ଭେଟିଥିବା ସମସ୍ତ ଲୋକଙ୍କୁ ସତର୍କ ରହିବାକୁ ଓ ନିଜର ଯତ୍ନ ନେବାକୁ ସେ ଅନୁରୋଧ କରିଛନ୍ତି।

ଐଶ୍ୱର୍ଯ୍ୟା ୨୦୧୩ରେ ତାମିଲ ଫିଲ୍ମ Pattathu Yaanaiରେ ଡେବ୍ୟୁ କରିଥିଲେ। ଶେଷଥର ପାଇଁ ତାଙ୍କୁ ୨୦୧୮ରେ କନ୍ନଡ଼ ଫିଲ୍ମ Prema Barahaରେ ଦେଖିବାକୁ ମିଳିଥିଲା।

The post ଆଉ ଜଣେ ଐଶ୍ୱର୍ଯ୍ୟାଙ୍କୁ କରୋନା appeared first on Odisha Reporter.



from Odisha Reporter https://ift.tt/3eWvYYE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages