ଦିନକରେ ହଜାରେ ପାର୍ କଲା ଆକ୍ରାନ୍ତଙ୍କ ସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 21, 2020

ଦିନକରେ ହଜାରେ ପାର୍ କଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୨୮ ଜିଲ୍ଲାରୁ ୧୦୭୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ଏହି ନୂଆ  କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭୨୧  ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ୩୫୭ ହେଉଛି ଲୋକାଲ୍ କେସ୍‌।

ଗଞ୍ଜାମ ଜିଲ୍ଲାରୁ ୩୭୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୨୧,  ରାୟଗଡ଼ାରୁ୯୬, ମାଲକାନାଗିରିରୁ ୬୬,  କଟକରୁ ୫୭,  ଜଗତସିଂହପୁରରୁ ୩୫, ଝାରସୁଗୁଡ଼ାରୁ ୩୪, ଗଜପତି, କେନ୍ଦ୍ରାପଡ଼ାରୁ ୨୪ ଲେଖାଏ, ଯାଜପୁରରୁ ୨୦ କେନ୍ଦୁଝରରୁ ୧୬, କଳାହାଣ୍ଡିରୁ ୧୫, କନ୍ଧମାଳ, ମୟୂରଭଞ୍ଜ ଜିଲ୍ଲାରୁ ୧୩  ଜଣ ଲେଖାଏ, ବାଲେଶ୍ୱର ଜିଲ୍ଲାରୁ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହାବ୍ୟତୀତ ସୁନ୍ଦରଗଡ଼ ଜିଲ୍ଲାରୁ ୨୯, ପୁରୀରୁ ୨୮, ବରଗଡ଼ ଜିଲ୍ଲାରୁ ୨୬, ସମ୍ବଲପୁରରୁ ୨୦, ନବରଙ୍ଗପୁର ଜିଲ୍ଲାରୁ ୧୭  ବାଲେଶ୍ୱର, ସୋନପୁରରୁ ୧୦ ଲେଖା ଚିହ୍ନଟ ହୋଇଛନ୍ତି।

ବଲାଙ୍ଗିର ଜିଲ୍ଲାରୁ ୬, ନୟାଗଡ଼ ଜିଲ୍ଲାରୁ ୫, ବୌଦ୍ଧରୁ ୩, ଢେଙ୍କାନାଳରୁ ୨,  ଭଦ୍ରକ, ଅନୁଗୁଳ ଜିଲ୍ଲାରୁ ଜଣେ ଲେଖା ଚିହ୍ନଟ ହୋଇଛନ୍ତି।

ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯,୮୩୫ ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ  ୧୩, ୩୦୯ଜଣ ସୁସ୍ଥ ହୋଇସାରିଥିବା ବେଳେ ୬୩୮୭ ଜଣ ଚିକିତ୍ସାଧୀନ ଅଛନ୍ତି।

The post ଦିନକରେ ହଜାରେ ପାର୍ କଲା ଆକ୍ରାନ୍ତଙ୍କ ସଂଖ୍ୟା appeared first on Odisha Reporter.



from Odisha Reporter https://ift.tt/3fTav3O

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages