ଆଉ ଗୋଟିଏ ଦେଶର ରାଷ୍ଟ୍ରପତି କରୋନାରେ ଆକ୍ରାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 9, 2020

ଆଉ ଗୋଟିଏ ଦେଶର ରାଷ୍ଟ୍ରପତି କରୋନାରେ ଆକ୍ରାନ୍ତ

ଲା ପାଜ(ବୋଲିଭିୟା): ମହାମାରୀ କରୋନା ଭାଇରସ ଏବେ ଆହୁରି ଭୟଙ୍କର ହେବାରେ ଲାଗିଛି। ବ୍ରାଜିଲ ପରେ ଏବେ ବୋଲିଭିୟାର ଅନ୍ତରୀଣ ରାଷ୍ଟ୍ରପତି ଜୀନିନ ଆଞ୍ଜ ଏହି ପ୍ରାଣଘାତୀ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ସେ ନିଜେ ଏ ସମ୍ପର୍କରେ ଟ୍ୱିଟ କରି ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ମୋର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ତଥାପି ମୁଁ ସୁସ୍ଥ ରହିଛି ଓ ଘରେ ଆଇସୋଲେସନରେ ରହିବି। ହେଲେ ପୂର୍ବଭଳି ମୁଁ ମୋର ଅଫିସ କାମ କରିବି।”

୫୩ ବର୍ଷୀୟ ଆଞ୍ଜ ୧୪ ଦିନ କ୍ୱାରେଣ୍ଟାଇନରେ ରହିବା ପରେ ଦ୍ୱିତୀୟ ଥର କରୋନା ଟେଷ୍ଟ କରାଇବେ। ଆଞ୍ଜ ହେଉଛନ୍ତି ଦକ୍ଷିଣ ଆମେରିକାନ ଦେଶର ଦ୍ୱିତୀୟ ରାଷ୍ଟ୍ରପତି ଯିଏ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ଏହାପୂର୍ବରୁ ମଙ୍ଗଳବାର ବ୍ରାଜିଲ ରାଷ୍ଟ୍ରପତି ଜାଇର ବୋଲସୋନାରୋଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ବୋଲିଭିୟାରେ ଏଯାଏ ୪୩ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୫ ଶହ ଲୋକଙ୍କ ଜୀବନ ଯାଇଛି।

The post ଆଉ ଗୋଟିଏ ଦେଶର ରାଷ୍ଟ୍ରପତି କରୋନାରେ ଆକ୍ରାନ୍ତ appeared first on Odisha Reporter.



from Odisha Reporter https://ift.tt/3iLaqkF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages