ତୀବ୍ର ହେଉଛି କଳି: ଚାଇନିଜ୍‌ ଦୂତାବାସକୁ ବନ୍ଦ କଲା ଆମେରିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 22, 2020

ତୀବ୍ର ହେଉଛି କଳି: ଚାଇନିଜ୍‌ ଦୂତାବାସକୁ ବନ୍ଦ କଲା ଆମେରିକା

ୱାଶିଂଟନ: ଆମେରିକା ଓ ଚାଇନା ମଧ୍ୟରେ ଚାଲିଥିବା ତିକ୍ତତା ଏବେ ଚରମ ସୀମାରେ ପହଞ୍ଚିଛି। ବିବାଦକୁ ଦୃଷ୍ଟିରେ ରଖି ହଠାତ୍‌ ଟ୍ରମ୍ପ ପ୍ରଶାସନ ହୋଷ୍ଟନରେ ଥିବା ଚାଇନା ଦୂତାବାସକୁ ୭୨ ଘଣ୍ଟା ମଧ୍ୟରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ଆମେରିକାର ଏଭଳି ପଦକ୍ଷେପକୁ ଚାଇନା ନା ପସନ୍ଦ କରିଛି ଓ ଏହାର ପରିଣାମ ଭୟଙ୍କର ହେବ ବୋଲି ଚେତାବନୀ ଦେଇଛି।

ଆମେରିକା ଭଳି ଚାଇନା ମଧ୍ୟ ବଡ଼ ପଦକ୍ଷେପ ନେବାକୁ ପ୍ରସ୍ତୁତ ଗ୍ରହଣ କରିବାକୁ ଯାଉଥିବା ଜଣାପଡ଼ିଛି। ଉହାନରେ ଥିବା ଆମେରିକା ଦୂତାବାସକୁ ବନ୍ଦ କରିବାକୁ ବେଜିଂ ସଜବାଜ ହେଉଥିବା କୁହାଯାଉଛି।

ହୋଷ୍ଟନରେ ଥିବା ଚାଇନିଜ ଦୂତାବାସକୁ ବନ୍ଦ କରିବା ନିଷ୍ପତ୍ତି ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ କରୋନା ଭାଇରସକୁ ନେଇ ବେଜିଂକୁ ଟାର୍ଗେଟ କରିଥିଲେ। ସେ କରୋନାକୁ ଚାଇନା ଭାଇରସ କହିବାକୁ ପଛାଇ ନଥିଲେ। ଏହାପରେ ପ୍ରଶାସନ ପକ୍ଷରୁ ହୋଷ୍ଟନରେ ଥିବା ଚାଇନା ଦୂତାବାସ ଗୁଇନ୍ଦାଗିରି କରୁଛି ଓ ନିଜର ବିଭିନ୍ନ କାର୍ଯ୍ୟକଳାପ ଜାରି ରଖିଥିବା କହିଥିଲା। ଶେଷରେ ୭୨ ଘଣ୍ଟା ମଧ୍ୟରେ ଚାଇନିଜ୍‌ ଦୂତାବାସକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଆମେରିକାର ଏହି ନିର୍ଦ୍ଦେଶ ପରେ ହଠାତ୍‌ ହୋଷ୍ଟନରେ ଥିବା ଚାଇନିଜ୍‌ ଦୂତାବାସରେ ନିଆଁ ଲାଗି ଯାଇଥିବା ଦେଖିବାକୁ ମିଳିଛି। କୁହାଯାଉଛି, ଏଠାରେ ଥିବା ଚାଇନିଜ୍‌ ଅଧିକାରୀମାନେ କିଛି ଗୁରୁତ୍ୱପୂର୍ଣ୍ଣ ଫାଇଲ ଓ ତଥ୍ୟକୁ ପୋଡ଼ି ଦେଇଛନ୍ତି।

ଅନ୍ୟପକ୍ଷରେ ଏଭଳି ଦୂତାବାସ ବନ୍ଦ କରିବା ନିଷ୍ପତ୍ତି ନେବା କିଛି ନୂଆ କଥା ନୁହେଁ। ପୂର୍ବରୁ ଭାରତ-ପାକିସ୍ତାନ ଓ ଆମେରିକା-ରୁଷ ନିଜ ନିଜ ଦେଶରେ ଥିବା ଦୂତାବାସକୁ ବନ୍ଦ କରିବାର ନଜିର ହୋଇଛି।

The post ତୀବ୍ର ହେଉଛି କଳି: ଚାଇନିଜ୍‌ ଦୂତାବାସକୁ ବନ୍ଦ କଲା ଆମେରିକା appeared first on Odisha Reporter.



from Odisha Reporter https://ift.tt/2ORshbK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages