ଭାସିଯାଇଥା’ନ୍ତେ କଂଗ୍ରେସ ବିଧାୟକ, ଅଳ୍ପକେ ବର୍ତ୍ତିଗଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 30, 2020

ଭାସିଯାଇଥା’ନ୍ତେ କଂଗ୍ରେସ ବିଧାୟକ, ଅଳ୍ପକେ ବର୍ତ୍ତିଗଲେ

ନୂଆଦିଲ୍ଲୀ: ଅଳ୍ପକେ ବର୍ତ୍ତି ଯାଇଛନ୍ତି ଉତ୍ତରାଖଣ୍ଡର ଜଣେ କଂଗ୍ରେସ ବିଧାୟକ। ତାଙ୍କ ନାଁ ହରିଶ ଧାମି। ସେ ଏକ ଛୋଟ ପାହାଡ଼ି ନଦୀ ଅତିକ୍ରମ କରୁଥିବା ବେଳେ ବନ୍ୟାଜଳରେ ଭାସି ଯାଇଥିଲେଣି। ତେବେ ତାଙ୍କ ସହିତ ଥିବା ଦଳୀୟ କର୍ମୀ ଓ ସମର୍ଥକମାନେ ତାଙ୍କୁ ଉଦ୍ଧାର କରିଥିଲେ।

ଘଟଣାଟି ଗତକାଲିର। ପିଠୋରଗଡ଼ର ଧାରଚୁଲା ଅଞ୍ଚଳରେ ଏହି ଘଟଣା ଘଟିଥିଲା। ବିଧାୟକ ହରିଶ ଧାମି ପ୍ରବଳ ବର୍ଷାରେ ପ୍ରଭାବିତ ହୋଇଥିବା ବିଭିନ୍ନ ଗାଁର ସ୍ଥିତି ପରଖିବାକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା। ଏଥିରେ ସାମାନ୍ୟ ଆହତ ହୋଇଛନ୍ତି।

ବିଧାୟକ ହରିଶ ଧାମି କହିଛନ୍ତି ଯେ ହଠାତ୍ ନଦୀର ଜଳସ୍ତର ବଢ଼ିଯାଇଥିଲା। ତା’ସହିତ କାଦୁଅ ଓ ପଥର ଯୋଗୁ ସେ ସନ୍ତୁଳନ ହରାଇ ଖସି ପଡ଼ିଥିଲେ। ଜଳସ୍ରୋତରେ ସେ ଟିକେ ବାଟ ଭାସି ଯାଇଥିଲେ। ତେବେ ତାଙ୍କ ସହିତ ଥିବା ଲୋକମାନେ ତାଙ୍କୁ ଉଦ୍ଧାର କରି ନେଇଥିଲେ।

ନ୍ୟୁଜ୍ ଏଜେନ୍ସୀ ଏଏନ୍‌ଆଇ ଏହାର ଏକ ଭିଡିଓ ଟ୍ୱିଟ୍ କରିଛି। ଦେଖନ୍ତୁ ଦଳୀୟ କର୍ମୀ ଓ ସମର୍ଥକଙ୍କ ଗହଣରେ ବିଧାୟକ ଶ୍ରୀ ଧାମି ନଦୀ ଅତିକ୍ରମ କରୁଥିବା ବେଳେ କେମିତି ଭାସି ଯାଉଛନ୍ତି।

 

The post ଭାସିଯାଇଥା’ନ୍ତେ କଂଗ୍ରେସ ବିଧାୟକ, ଅଳ୍ପକେ ବର୍ତ୍ତିଗଲେ appeared first on Odisha Reporter.



from Odisha Reporter https://ift.tt/3hWwo35

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages