ମୁମ୍ୱାଇ: ବଲିଉଡରେ ନେପୋଟିଜିମକୁ ନେଇ ବିବାଦ ଚାଲିଥିବା ବେଳେ ଜଣେ ଆଗ ଧାଡ଼ିର ଅଭିନେତା ମନୋଜ ବାଜପେୟୀ ନିଜ କ୍ୟାରିଅରର ସଂଘର୍ଷ କଥା ଶେୟାର କରିଛନ୍ତି। ଦିନ ତାଙ୍କ ପାଖରେ ଭଡା ଦେବା ପାଇଁ ଟଙ୍କା ନଥିଲା ବୋଲି କହିଛନ୍ତି। ସ୍ଥିତି ଏମିତି ହୋଇଥିଲା ଯେ ଉଭୟ ସଂଘର୍ଷ ଏବଂ ଅସୁବିଧା ଦେଖି ସେ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ, କିନ୍ତୁ ତାଙ୍କ ସଂସ୍ପର୍ଶରେ ଥିବା ସାଙ୍ଗ ଓ ସହଯୋଗୀ ତାଙ୍କୁ କଷ୍ଟଦାୟକ ସ୍ଥିତିରୁ ଓହରିବାରେ ସହଯୋଗ କରିଥିଲେ ବୋଲି ସେ କହିଛନ୍ତି।
ସେ କହିଛନ୍ତି, ଅଭିନୟ ହେଉଛି ତାଙ୍କର ଭବିଷ୍ୟତ, 9 ବର୍ଷ ବୟସରେ ସେ ଏହା ଜାଣିବାକୁ ପାଇଥିଲେ। ତାଙ୍କ ବାପା ଜଣେ ଚାଷୀ। ତାଙ୍କର 5 ଭାଇ ଭଉଣୀଙ୍କ ସହ ବିହାରର ଏକ ଗାଁରେ ବଢ଼ିଥିଲେ ବୋଲି ସେ କହିଛନ୍ତି। ଗାଁ ସ୍କୁଲରେ ତାଙ୍କର ପାଠ ପଢ଼ା ହୋଇଛି। ସହରକୁ ଆସିବା ବେଳେ ସିନେମା ହଲକୁ ଯିବା ପାଇଁ ଇଚ୍ଛା ରଖନ୍ତି। ସେ ଅମିତାଭ ବଚ୍ଚନଙ୍କର ଜଣେ ବଡ଼ ଫ୍ୟାନ୍ ଥିଲେ ଏବଂ ତାଙ୍କ ପରି ହେବାକୁ ଚାହୁଁଥିଲେ ବୋଲି ସେ କହିଛନ୍ତି।
ଆର୍ଥିକ ସ୍ଥିତି ଭଲ ନଥିବାରୁ ସେ ପାଠ ପଢ଼ିବାର ଇଚ୍ଛାକୁ ମାରି ଦେଇଥିଲେ। ଏହାପରେ ସେ ଦିଲ୍ଲୀକୁ ଆସି ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଥିଏଟର କୋର୍ସରେ ଆଡମିଶନ କରିଥିଲେ।
ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରୁ ସେ ତିନିଥର ରିଜେକ୍ଟ ହୋଇଥିଲେ। ଏହାପରେ ସେ ଆତ୍ମହତ୍ୟା କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ ସେହି ରାତିରେ ମୋ ପାଖରେ ଥିବା ସାଙ୍ଗମାନେ ତାଙ୍କୁ ଏକୁଟିଆ ଛାଡି ନଥିଲେ। ଏହାପରେ ତାଙ୍କ ମନରେ ପରିବର୍ତ୍ତନ ଆସିଥିଲା। ସେ ପଣ କରିଥିଲେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ ନକରିବା ଯାଏ କଠିନ ପରିଶ୍ରମ କରିବେ। ସେହିବର୍ଷ ମନୋଜ ଏକ ଚା’ ଦୋକାନରେ ଥିଲେ। ଯେତେବେଳେ ତିମାଂଶୁ ଏକ ସ୍କୁଟରରେ ମୋ ପାଖକୁ ଆସିଥିଲେ। ଶେଖର କାପୁର ମୋତେ ‘ବ୍ୟାଣ୍ଡିଟ୍ କୁଇନ’ରେ ନେବାକୁ ଚାହୁଁଛନ୍ତି ବୋଲି ସେ କହିଥିଲେ। ଏହାପରେ ସେ ମୁମ୍ବାଇ ଯିବାକୁ ପ୍ରସ୍ତୁତ ଥିବା କହିଥିଲେ ତିମାଂଶୁଙ୍କୁ।
ମୁମ୍ବାଇକୁ ଆସିବା ପରେ ମନୋଜ ପାଞ୍ଚ ଜଣଙ୍କ ସହ ଗୋଟିଏ ଚାଳ ଘରେ ରହି କାମ ଖୋଜିବା ଆରମ୍ଭ କରିଥିଲେ। କିନ୍ତୁ କୌଣସି କାମ ମିଳୁନଥିଲା।
ସେ ଆହୁରି କହିଛନ୍ତି, ଥରେ ଏକ ବିଜ୍ଞାପନ ଏଜେନ୍ସି ମୋର ଫଟୋ ଚିରି ଦେଇଥିଲା ଏବଂ ଗୋଟିଏ ଦିନରେ ତିନୋଟି ପ୍ରଜେକ୍ଟ ଛଡ଼ାଇ ନିଆଯାଇଥିଲା। ପ୍ରଥମ ସଟ୍ ପରେ ତାଙ୍କୁ ବାହାର କରିଦିଆଯାଇଥିଲା। ହିରୋଙ୍କ ଭଳି ମୁହଁ ନାହିଁ ବଡ଼ ପରଦାରେ ଆସିବା ପାଇଁ ଯୋଗ୍ୟ ନୁହେଁ ବୋଲି କୁହାଯାଇଥିଲା। ସ୍ଥିତି ଏମିତି ହୋଇଥିଲା ଯେ ଭଡା ଦେବାକୁ ମଧ୍ୟ ଟଙ୍କା ନଥିଲା କି ଖାଇବାକୁ ପଇସା ନଥିଲା। ହେଲେ ସଫଳତାର ଭୋକ ଅଧିକ ଥିବାରୁ ସେ ଏସବୁକୁ ଖାତିର କରିନଥିଲେ।
ମୁମ୍ୱାଇରେ ଏମିତି 4 ବର୍ଷ ଧରି ସଂଘର୍ଷ ବାଜପେୟୀ ସଂଘର୍ଷ କରିଥିଲେ। ଏହାପରେ ମହେଶ ଭଟ୍ଟଙ୍କ ସିରିଏଲ ‘ସ୍ୱାଭିମାନ’ରେ ରୋଲ୍ କରିବା ସୁଯୋଗ ମିଳିଥିଲା। ଏହି ସିରିଏଲ ସେତେବେଳେ ଦୂରଦର୍ଶନରେ ଦେଉଥିଲା। ଗୋଟିଏ ଏପିସୋଡ ପାଇଁ 1500 ଟଙ୍କା ମିଳୁଥିଲା। ଏହାପରେ ‘ସତ୍ୟା’ ଫିଲ୍ମ ଜରିଆରେ ମନୋଜ ଫିଲ୍ମରେ ସୁଯୋଗ ପାଇଥିଲେ। ଏହା ପରେ ସେ ମୁମ୍ବାଇରେ ଏକ ଘର କିଣିଥିଲେ। ଏବେ ସୁଦ୍ଧା ସେ 67 ଟି ଫିଲ୍ମ କରିଥିବା କହିଛନ୍ତି। ଦିନେ ଏହା କରିବେ ବୋଲି ଛୋଟ ବେଳେ ସ୍ୱପ୍ନ ଦେଖିଥିଲେ ଆଉ କଠିନ ପରିଶ୍ରମ ପରେ ଶେଷରେ ସେ ସଫଳ ହୋଇଥିବା କହିଛନ୍ତି।
The post ‘ଆତ୍ମହତ୍ୟା କରିବା ସ୍ଥିତିରେ ଥିଲି’ appeared first on Odisha Reporter.
from Odisha Reporter https://ift.tt/2BlhOCD
No comments:
Post a Comment