ନୂଆଦିଲ୍ଲୀ: କୁହାଯାଏ ଜଳ ହିଁ ଜୀବନ। ଜଳ ବିନା ସୃଷ୍ଟି ଅସମ୍ଭବ। ସେ ମନୁଷ୍ୟ ହୁଅନ୍ତୁ ବା ଜୀବଜନ୍ତୁ ସମସ୍ତଙ୍କ ପାଇଁ ଖାଦ୍ୟ ସହ ପାଣି ଜୀବନ ଧାରଣ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ମନୁଷ୍ୟକୃତ ହେଉ ବା ପ୍ରାକୃତିକ କାରଣରୁ ଜଳ ଦୂଷିତ ହେବାରେ ଲାଗିଛି। ତେଣୁ ଧୀରେଧୀରେ ପିଇବା ପାଣିର ସମସ୍ୟା ସୃଷ୍ଟି ହେବାରେ ଲାଗିଛି। ଜୀବଜନ୍ତୁ ମଧ୍ୟ ପାଣି ପାଇଁ କଷ୍ଟ ଭୋଗିଲେଣି। ଏହା ଆମେ କହୁନୁ, ଇଣ୍ଟରନେଟ୍ରେ ଭାଇରାଲ ହେଉଥିବା ଭିଡିଓ ହିଁ ଏହା ସୂଚାଇ ଦେଉଛି।
ଭାଇରାଲ ଭିଡିଓରେ ଗୋଟିଏ ଗୁଣ୍ଡୁଚି ମୂଷା କେମିତି ଜନଗହଳୀପୂର୍ଣ୍ଣ ରାସ୍ତାରେ ପାଣି ପିଇବା ପାଇଁ ଲୋକଙ୍କ ପଛରେ ଗୋଡ଼ାଉଛି, ତା’ର ଦୃଶ୍ୟ ରହିଛି। ଭିଡିଓଟିରେ ଦୁଇଜଣ ବ୍ୟକ୍ତି ରାସ୍ତାରେ ଏକ ପାଣି ବୋତଲ ଧରି ଚାଲି ଚାଲି ଯାଉଛନ୍ତି। ଏହି ବୋତଲକୁ ଦେଖି ଗୋଟିଏ ଗୁଣ୍ଡୁଚି ମୂଷା ପାଣି ପିଇବା ପାଇଁ ବ୍ୟକ୍ତିଙ୍କୁ ଇସାରା କରୁଛି।
Squirrel asking for water…. pic.twitter.com/JNldkB0aWU
— Susanta Nanda IFS (@susantananda3) July 16, 2020
ଗୁଣ୍ଡୁଚି ମୂଷାର ଏପରି ଆଚରଣ ଦେଖି ବ୍ୟକ୍ତି ଜଣକ ସେ ପାଣି ପିଇବ ବୋଲି ବୁଝିବା ସହ ସଙ୍ଗେସଙ୍ଗେ ବୋତଲ ଖୋଲି ତା ମୁହଁରେ ଲଗାଇ ଦେଇଛନ୍ତି। ଗୁଣ୍ଡୁଚି ମୂଷାଟି ମଧ୍ୟ ନିର୍ଭୟରେ ବ୍ୟକ୍ତି ଦେଇଥିବା ବୋତଲରୁ ପାଣି ପିଇବାରେ ଲାଗିପଡ଼ିଛି। ଶେଷରେ ଗୁଣ୍ଡୁଚି ମୂଷାଟି ଆରାମରେ ପାଣି ପାଇସାରି ଚାଲିଯାଉଥିବାର ଏହି ଭିଡିଓ ଟ୍ୱିଟରରେ ଭାଇରାଲ ହୋଇଛି।
ଏହି ଭିଡିଓଟିକୁ ଭାରତୀୟ ଫରେଷ୍ଟ ସର୍ଭିସ (ଆଇଏଫଏସ)ର ଅଧିକାରୀ ସୁଶାନ୍ତ ନନ୍ଦ ଟ୍ୱିଟରରେ ଶେୟାର କରିଛନ୍ତି। ଏହି ଭିଡିଓଟିକୁ ବର୍ତ୍ତମାନ ପର୍ଯ୍ୟନ୍ତ ୬.୧ଲକ୍ଷ ଲୋକ ଦେଖିସାରିଲେଣି ।
The post ପାଣି ପାଇଁ ଡହଳବିକଳ ଗୁଣ୍ଡୁଚି ମୂଷା ଲୋକଙ୍କୁ ମାଗିଲା ପାଣି! ଦେଖନ୍ତୁ ଭିଡିଓ… appeared first on Odisha Reporter.
from Odisha Reporter https://ift.tt/3heebNW
No comments:
Post a Comment