ରାଞ୍ଚି: କରୋନା ସଙ୍କଟ ବେଳେ ଏହାକୁ ନେଇ ଏକ ରୋଚକ ଘଟଣା ସାମ୍ନାକୁ ଆସିଛି। କରୋନା ବିପତ୍ତିର ସୁଯୋଗ ନେଇ ଚୋର କେମିତି ଜଣେ ସଂକ୍ରମିତଙ୍କ ଘରେ ପଶି ମଟଜ ଭୋଜି କରିବା ସହ ମୂଲ୍ୟବାନ ଜିନିଷ ଓ ଅର୍ଥ ଚୋରି କରି ଫେରାର ହୋଇଯାଇଛନ୍ତି, ତା’ର ତଥ୍ୟ ସାମ୍ନାକୁ ଆସିଛି।
ମିଳିଥିବା ସୂଚନା ଅନୁଯାୟୀ, ଝାରଖଣ୍ଡର ଜାମସେଦପୂର ସହରରେ ଏଭଳି ରୋଚକ ଘଟଣା ଘଟିଛି। ଚୋରମାନେ ଯେଉଁ ବ୍ୟକ୍ତିଙ୍କ ଘରେ ପଶିଥିଲେ ସେ ଜଣେ ଶିକ୍ଷକ। ଶିକ୍ଷକ ଜଣଙ୍କ କରୋନାରେ ଆକ୍ରାନ୍ତ ହେବାରୁ ବର୍ତ୍ତମାନ ଜାମସେଦପୁରର ଟାଟା ମେନ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ଏହାର ସୁଯୋଗ ନେଇ କିଛି ଦୁର୍ବୃତ୍ତ ଚୋରି କରିବା ଉଦ୍ଦେଶ୍ୟରେ ତାଙ୍କ ଘରେ ପଶିଥିଲେ। ଏହାପରେ ସେମାନେ ତାଙ୍କ ଘରେ ମଟନ, ଭାତ ଓ ରୁଟି କରି ଖାଇଥିଲେ। ଭୋଜି ଶେଷ ହେବା ପରେ ସେମାନେ ଶିକ୍ଷକଙ୍କ ଘରେ ଥିବା ମୂଲ୍ୟବାନ ଜିନିଷ ଓ ୫୦ ହଜାର ଟଙ୍କା ନେଇ ଫେରାର ହୋଇଯାଇଛନ୍ତି।
ଜୁଲାଇ ୮ରେ ଶିକ୍ଷକ ଜଣଙ୍କ କରୋନାରେ ଆକ୍ରାନ୍ତ ହେବାରୁ ପୂରା ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଥିଲା। ପରିବାର ଲୋକ ଘରର ଅବସ୍ଥା ଦେଖିବାକୁ ଆସିବା ବେଳେ ହିଁ ପୂରା ଘଟଣା ସମ୍ପର୍କରେ ଜାଣିବାକୁ ପାଇଛନ୍ତି।
The post କରୋନା ଆକ୍ରାନ୍ତଙ୍କ ଘରେ ଚୋରଙ୍କ ମଟନ ଭୋଜି, ତା’ ପରେ ଚୋରି appeared first on Odisha Reporter.
from Odisha Reporter https://ift.tt/2ZK01hz
No comments:
Post a Comment