ସଚିନ ପାଇଲଟଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ସୁପ୍ରିମକୋର୍ଟ ଯିବେ ବାଚସ୍ପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 21, 2020

ସଚିନ ପାଇଲଟଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ସୁପ୍ରିମକୋର୍ଟ ଯିବେ ବାଚସ୍ପତି

ନୂଆଦିଲ୍ଲୀ: ରାଜସ୍ଥାନରେ ସୃଷ୍ଟି ହୋଇଥିବା କ୍ଷମତା ଯୁଦ୍ଧ ଏବେ ଚମର ସୀମାରେ ପହଞ୍ଚି ଯାଇଛି। ସରକାର ଓ କଂଗ୍ରେସ ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ସଚିନ ପାଇଲଟଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ବିଧାନସଭା ବାଚସ୍ପତି ସିପି ଯୋଶୀ ଏକ ପ୍ରକାରର ପଣ କରିସାରିଛନ୍ତି। ଏଥିପାଇଁ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଘୋଷଣା କରିଛନ୍ତି।

ସଚିନ ଓ ତାଙ୍କ ହାତ ଗଣତି ସମର୍ଥିତ ବିଧାୟକଙ୍କୁ ଅଯୋଗ୍ୟ କାହିଁକି ଘୋଷଣା କରାଯିବ ନାହିଁ ବୋଲି ବାଚସ୍ପତି ସିପି ଯୋଶୀ ନୋଟିସ୍‌ କରିଥିଲେ। ଏହା ବିରୋଧରେ ସଚିନ ଆଣ୍ଡ କୋ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଶୁକ୍ରବାର ଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ପାଇଁ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଏହା ବିରୋଧରେ ବାଚସ୍ପତି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।

ବୁଧବାର ଜୟପୁରରେ ଏକ ସାମ୍ବାଦିକ ସମ୍ମିଳନୀ କରି ବାଚସ୍ପତି ସିପି ଯୋଶୀ କହିଛନ୍ତି, “ବର୍ତ୍ତମାନ ରାଜସ୍ଥାନ ଗୋଟିଏ ସାମ୍ବିଧାନିକ ସଙ୍କଟ ମଧ୍ୟକୁ ଯିବାକୁ ବସିଲାଣି। ତେଣୁ ଏହାକୁ ଦୂର କରିବା ପାଇଁ ମୁଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବି। କୌଣସି ସଦସ୍ୟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବାର କ୍ଷମତା ବାଚସ୍ପତିଙ୍କ ରହିଛି।

ତେଣୁ ମୁଁ ନୋଟିସ କରିଥିଲି। ଏବେ ମୁଁ ମୋ ଆଇନଜୀବୀଙ୍କୁ ସୁପ୍ରିମକୋର୍ଟ ସ୍ପେଶାଲ ଲିଭ ପିଟିସନ ଦାଖଲ କରିବାକୁ କହିଛି। ମୋର ଆଶା ବିଧାନସଭା ବାଚସ୍ପତିଙ୍କ ପଦର ମର୍ଯ୍ୟାଦା ବଜାୟ ରହିବ। ଏହା କୌଣସି ବ୍ୟକ୍ତିଗତ ପ୍ରସଙ୍ଗ ନୁହେଁ। ମୋର ଆଶା ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଐତିହାସିକ ନିର୍ଦ୍ଦେଶ ଦେବେ।” ଅନ୍ୟପକ୍ଷରେ ବରିଷ୍ଠ କଂଗ୍ରେସ ନେତା ତଥା ଓକିଲ କପିଲ ଶିବଲ ହିଁ ସୁପ୍ରିମକୋର୍ଟରେ ସିପି ଯୋଶୀଙ୍କ ପକ୍ଷରୁ ମାମଲା ପରିଚାଳନା କରିବେ ବୋଲି ଜଣାପଡ଼ିଛି।

The post ସଚିନ ପାଇଲଟଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ସୁପ୍ରିମକୋର୍ଟ ଯିବେ ବାଚସ୍ପତି appeared first on Odisha Reporter.



from Odisha Reporter https://ift.tt/32JfD7a

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages