କଟକ(ଓଡ଼ିଶା ରିପୋର୍ଟର): କଟକ ବଡ଼ ମେଡିକାଲରୁ ପୁଣି ୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏସ୍ସିବି ଆଇସୋଲେସନ ଓ୍ୱାର୍ଡରୁ ୩ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ରାପିଡ୍ ଟେଷ୍ଟ ମାମଧ୍ୟମରେ ଅନ୍ୟ ବିଭାଗରୁ ୩ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଶିଶୁଭବନରୁ ମଧ୍ୟ ଜଣେ ଶିଶୁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ ସିଏମ୍ସି ଅଞ୍ଚଳରୁ ମଧ୍ୟ ୪ ପଜିଟିଭ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ, କଟକ ଜିଲ୍ଲାରେ ଏ ଯାବତ ୮୭୨ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୭୦ ଜଣ ସୁସ୍ଥ ହୋଇ ସାରିଲେଣି। କରୋନାରେ ଆକ୍ରାନ୍ତ ୨୯୪ଜଣ ଚିକିତ୍ସାଧୀନ ଅଛନ୍ତି। ଏଯାବତ କଟକ ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଛି।
The post ଏସ୍ସିବିରୁ ଚିହ୍ନଟ ହେଲେ ୬ ପଜିଟିଭ appeared first on Odisha Reporter.
from Odisha Reporter https://ift.tt/3fefJH4
No comments:
Post a Comment