ବରଗଡ଼ରେ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା; ଅଧା ଜିଲ୍ଲା ଶଟଡାଉନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 22, 2020

ବରଗଡ଼ରେ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା; ଅଧା ଜିଲ୍ଲା ଶଟଡାଉନ୍‌

ବରଗଡ଼(ଦୀପକ ଶର୍ମା): ବରଗଡ଼ ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୯କୁ ବୃଦ୍ଧି ପାଇଛି। ଏହାକୁ ରୋକିବା ପାଇଁ ଅଧା ଜିଲ୍ଲାକୁ ଶଟଡାଉନ୍‌ ଘୋଷଣା କରାଯାଇଛି । ଗତକାଲି ରାତି ୯ଟାରୁ ୨୮ ତାରିଖ ମଙ୍ଗଳବାର ରାତି ୯ଟା ଯାଏ ଏହି କଟକଣା  ଘୋଷଣା କରାଯାଇଛି ।

ପୂର୍ବରୁ ୩୧ ତାରିଖ ଯାଏ ଶଟଡାଉନ୍‌ କଟକଣା ଜାରି କରାଯାଇଥିଲା । କିନ୍ତୁ ଜିଲ୍ଲା ପ୍ରଶାସନର ଏହି ନିଷ୍ପତ୍ତିକୁ କଡ଼ା ବିରୋଧ କରିଥିଲେ ବରଗଡ଼ ବ୍ୟବସାୟୀ ସଂଘ । ଜିଲ୍ଲାପାଳଙ୍କ ସହିତ ଆଲୋଚନା ପରେ କଟକଣା ସମୟକୁ  ୨୮ ତାରିଖ ପର୍ଯ୍ୟନ୍ତ ହ୍ରାସ କରି ଦିଆଯାଇଛି।

ବରଗଡ଼ ସବ୍‌ଡିଭିଜନର ୬ଟି ବ୍ଲକ-ଅତାବିରା, ଭେଡେନ, ଭଟଲି, ବରଗଡ଼, ଅମ୍ବାଭୋନା, ବରପାଲି, ବରଗଡ଼ ମ୍ୟୁନିସିପାଲଟି, ଅତାବିରା ଏନ୍ଏସି, ବରପାଲି ଏନ୍ଏସି ଶଟଡାଉନ୍‌ ରହିବ । ପଦ୍ମପୁର ଉପଖଣ୍ଡର ପୁରା ସୋହେଲା ବ୍ଲକ, ବିଜେପୁର ବ୍ଲକ, ବିଜେପୁର ଏନ୍ଏସି, ପଦ୍ମପୁର ଏନ୍ଏସିରେ ଏହି କଟକଣା ଲାଗୁ ହେବ । ଏହି ସମୟରେ ଡାକ୍ତରଖାନା, ନର୍ସିଂହୋମ, ପେଟ୍ରୋଲ ପମ୍ପ, କ୍ଷୀର ଦୋକାନ, ଔଷଧ ଦୋକାନ, ଫଳ ଦୋକାନ, ପନିପରିବା ଓ ଗ୍ରୋସୋରି ଦୋକାନ  ଖୋଲା ରହିବ । ଏହି ସବୁ ଦୋକାନ ସକାଳ ୬ରୁ ମଧ୍ୟାହ୍ନ ଗୋଟାଏ ଯାଏ ଖୋଲା ରହିବ । ବାକି ସମସ୍ତ ଦୋକାନ ବଜାର, ସରକାରୀ ବେସରକାରୀ ଅଫିସ ବନ୍ଦ ରହିବ । ଅଗ୍ନିଶମ, ବିଦ୍ୟୁତ, ଜିଲ୍ଲାପାଳଙ୍କ ଜରୁରୀ କାଳୀନ ବିଭାଗ ଖୋଲା ରହିବ ।

The post ବରଗଡ଼ରେ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା; ଅଧା ଜିଲ୍ଲା ଶଟଡାଉନ୍‌ appeared first on Odisha Reporter.



from Odisha Reporter https://ift.tt/39i9tfs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages