ନୂଆ ଅନ୍ତେବାସୀଙ୍କୁ ଭିକାରୀ ଥଇଥାନ କେନ୍ଦ୍ର ଓ ବୃଦ୍ଧାଶ୍ରମ ମନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 28, 2020

ନୂଆ ଅନ୍ତେବାସୀଙ୍କୁ ଭିକାରୀ ଥଇଥାନ କେନ୍ଦ୍ର ଓ ବୃଦ୍ଧାଶ୍ରମ ମନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସବୁଠି ନିଜ କାୟା ବିସ୍ତାର କରି ଦିନକୁ ଦିନ ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି। କରୋନା ଯୋଗୁ ବୟସ୍କମାନଙ୍କ ପ୍ରତି ବିପଦ ଅଧିକ ଥିବାରୁ ଏନେଇ ଭିନ୍ନ ଭିନ୍ନ ପଦକ୍ଷେପ ନେଉଛନ୍ତି ସରକାର। ମୁଖ୍ୟତଃ ଭିକାରୀ ଥଇଥାନ କେନ୍ଦ୍ର ଓ ବୃଦ୍ଧାଶ୍ରମରେ ରହୁଥିବା ବୃଦ୍ଧବୃଦ୍ଧା ରହୁଥିବାରୁ ସେମାନେ ଯେପରି କରୋନା ଦ୍ୱାରା କବଳିତ ନ ହୁଅନ୍ତି ସେ ଦିଗରେ ଯତ୍ନବାନ ଅଛନ୍ତି ସରକାର। ଏନେଇ ସବୁ ଜିଲ୍ଲାପାଳଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି ।

ନୂଆ ନିର୍ଦ୍ଦେଶନାମା ଅନୁଯାୟୀ, ଭିକାରୀ ଥଇଥାନ କେନ୍ଦ୍ର ଓ ବୃଦ୍ଧାଶ୍ରମକୁ ନୂଆ ଅନ୍ତେବାସୀଙ୍କ ପ୍ରବେଶ ବାରଣ କରାଯାଇଛି । ନୂଆ ଆସୁଥିବା ଅନ୍ତେବାସୀଙ୍କ କରୋନା ଟେଷ୍ଟ ହୋଇ ନ ଥିଲେ ସେମାନଙ୍କୁ ପ୍ରବେଶ ଅନୁମତି ମିଳିବନି। ପ୍ରଥମେ ସେମାନଙ୍କ କରୋନା ଟେଷ୍ଟ ହେବ, ନେଗେଟିଭ ଆସିଲେ ହିଁ ପ୍ରବେଶ ଅନୁମତି ମିଳିବ।

ରିପୋର୍ଟ ଆସିବା ପର୍ଯ୍ୟନ୍ତ ସେମାନଙ୍କୁ ଟାଞ୍ଜିଟ୍ ହାଉସ୍‌ରେ ରଖାଯିବ। କୋଭିଡ୍ କେୟାର ହୋମରେ ମଧ୍ୟ ରହିବା ବ୍ୟବସ୍ଥା କରିବ ଜିଲ୍ଲା ପ୍ରଶାସନ।

ସୂଚନାଯୋଗ୍ୟ, ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮, ୧୦୭ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୧୭, ୩୭୩ ସୁସ୍ଥ ହୋଇ ସାରିଲେଣି। ୧୦,୫୪୫ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏହାବ୍ୟତୀତ କରୋନା ଯୋଗୁ ରାଜ୍ୟରେ ସମୁଦାୟ ୧୫୪ ଜଣ ଆଖି ବୁଜି ସାରିଲେଣି। 

The post ନୂଆ ଅନ୍ତେବାସୀଙ୍କୁ ଭିକାରୀ ଥଇଥାନ କେନ୍ଦ୍ର ଓ ବୃଦ୍ଧାଶ୍ରମ ମନା appeared first on Odisha Reporter.



from Odisha Reporter https://ift.tt/2Deg6Dm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages