ଡ୍ରୋନ୍‌ ନଜରରେ ପେଣ୍ଠକଟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 28, 2020

ଡ୍ରୋନ୍‌ ନଜରରେ ପେଣ୍ଠକଟା

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ବଢ଼ି ଚାଲିଥିବା ବେଳେ ହଟସ୍ପଟ ପାଲଟିଛି ପେଣ୍ଠକଟା । କେବଳ ପେଣ୍ଠକଟା ଅଞ୍ଚଳରୁ ୪୭ ଜଣ ପଜିଟିଭ୍ ଚିହ୍ନଟ ହୋଇ ସାରିଲେଣି। ଏହାସତ୍ତ୍ୱେ କରୋନା କଟକଣାକୁ ଲୋକଙ୍କ ଖାତିର ନାହିଁ। ତେଣୁ ପେଣ୍ଠକଟା ଉପରେ କଡ଼ା ନଜର ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଡ୍ରୋନ କ୍ୟାମେରାର ବ୍ୟବସ୍ଥା କରାଯାଇଛି।  ଡ୍ରୋନ୍ ଦ୍ୱାରା ଟିକିନିଖ୍ ଖବର ସହ ଲୋକଙ୍କ ଗତିବିଧି ଉପରେ ମଧ୍ୟ ନଜର ରଖାଯାଇ ପାରିବ।

ବିଶେଷ କରି ପେଣ୍ଠକଟାରେ ପ୍ରବେଶ କରୁଥିବା ଲୋକଙ୍କ ଉପରେ ଡ୍ରୋନ୍ ନଜର ରଖିଛି। ଏହି ଅଞ୍ଚଳକୁ ଆନ୍ଧ୍ରପ୍ରଦେଶରୁ ଲୋକମାନଙ୍କୁ ନିୟମିତ ବ୍ୟବଧାନରେ ଅଣାଯାଉଥିବା ସୂଚନା ମିଳିଛି। ସେହି ଗାଡିରେ ବେଆଇନ୍ ଦ୍ରବ୍ୟ ଏବଂ ନିଶା ଦ୍ରବ୍ୟ ଚାଲାଣ କରାଯାଉଥିବା ମଧ୍ୟ  ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି।

ଏଥିସହ ପେଣ୍ଠକଟା ଅଞ୍ଚଳରେ ଯେଉଁ ଦୋକାନଗୁଡିକ ଖୋଲୁଛି, ସେଠାରେ ଲୋକମାନେ ଏକତ୍ରିତ ହେଉଛନ୍ତି । ସାମାଜିକ ଦୂରତ୍ୱକୁ ଖାତିର କରୁ ନାହାନ୍ତି।  ତେଣୁ ସାମାଜିକ ଦୂରତ୍ୱ ନିୟମ ବଜାୟ ନ ରହିଲେ, କରୋନା ବ୍ୟାପିବାର ଆଶଙ୍କା ଥିବାରୁ ଏକ ଟିମ୍ ଗଠନ କରାଯାଇଛି । ଏହି ଟିମ୍ ଲୋକଙ୍କୁ ତାଗିଦ୍ କରୁଛି । ବଡ଼ଦାଣ୍ଡରେ ମଧ୍ୟ ଡ୍ରୋନ୍ କ୍ୟାମେରା ବୁଲି ଭିଡିଓ ଉତ୍ତୋଳନ କରୁଛି ।

ଆଜି ସୁଦ୍ଧା ପୁରୀ ସହର ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬୯୨ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୬୨ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି। ଏହାବ୍ୟତୀତ ୩୨୬ ଜଣ ଚିକିତ୍ସାଧୀନ ଥିବା ବେଳେ କରୋନା ଯୋଗୁ ଜିଲ୍ଲାରେ ୨ ଜଣଙ୍କ ମୃତ୍ୟୁ ହୋଇଛି।

The post ଡ୍ରୋନ୍‌ ନଜରରେ ପେଣ୍ଠକଟା appeared first on Odisha Reporter.



from Odisha Reporter https://ift.tt/2D9aiLF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages