ପୁଣି କରୋନାରେ ଭାରତର ନୂଆ ରେକର୍ଡ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ଡେଇଁଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 10, 2020

ପୁଣି କରୋନାରେ ଭାରତର ନୂଆ ରେକର୍ଡ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ଡେଇଁଲା

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ଭାଇରସ ପ୍ରତିଦିନ ନୂଆ ରେକର୍ଡ କରିବାରେ ଲାଗିଛି। ଗୁରୁବାର ପ୍ରଥମଥର ପାଇଁ ୨୬ ହଜାରୁ ଅଧିକ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଶୁକ୍ରବାର ସଂକ୍ରମିତଙ୍କ ସଂଖ୍ୟା ଏହାକୁ ଭାଙ୍ଗି ଦେଇଛି। ଗତ ୨୪ ଘଣ୍ଟାରେ ରେକର୍ଡ ୨୭ ହଜାର ପଜିଟିଭ କେସ୍‌ ସାମ୍ନାକୁ ଆସିଛି।

ଆଜି ଯାଏ କେବେ ହେଲେ ଗୋଟିଏ ଦିନରେ ଏତେ ସଂଖ୍ୟକ ଲୋକ କରୋନାରେ ଆକ୍ରାନ୍ତ ହୋଇ ନଥିଲେ। ଏହାକୁ ମିଶାଇ ଭାରତରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ପାର କରିଯାଇଛି। ସେହିପରି ଆଜି ମୃତ୍ୟୁସଂଖ୍ୟା ବି ୨୨ ହଜାର ଡେଇଁଛି। ଦିନକୁ ଦିନ ସ୍ଥିତି ସାଂଘାତିକ ହେଉଥିବାରୁ ସରକାର ଓ ଲୋକଙ୍କ ଚିନ୍ତା ଦ୍ୱିଗୁଣିତ ହୋଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୨୭,୧୧୪ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଛି। ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮,୨୦,୯୧୬କୁ ବୃଦ୍ଧି ପାଇଛି। ସେହିପରି ଗୋଟିଏ ଦିନରେ କରୋନା ପୁଣି ୫୧୯ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇଲେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୨,୧୨୩ ଛୁଇଁଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପ୍ରଥମଥର ପାଇଁ ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୫ ଲକ୍ଷ ପାର କରିଛି। ଏଯାଏ ୫,୧୫,୩୮୬ ଜଣ ସୁସ୍ଥ ହୋଇଛନ୍ତି। ଅର୍ଥାତ ଦେଶରେ ଆରୋଗ୍ୟ ହାର ୬୩%ରୁ ଅଧିକ ରହିଛି। ଏବେ ଦେଶରେ ଆକ୍ଟିଭ କେସ୍‌ ସଂଖ୍ୟା ୨,୮୩,୪୦୭ ରହିଛି।

ମହାରାଷ୍ଟ୍ର ସ୍ଥିତି ସବୁଠାରୁ ଭୟଙ୍କର ହୋଇଛି। ଏଠାରେ ମୃତ୍ୟୁସଂଖ୍ୟା ୯୮୯୩ ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨,୩୮,୪୬୧କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରୁ ୧,୩୨,୬୨୫ ଜଣ ସୁସ୍ଥ ହୋଇଛନ୍ତି। ତାମିଲନାଡୁରେ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ୧୦ ହଜାର ପାର କରିଛି। ଏଠାରେ ମୋଟ ୧,୩୦,୨୬୧ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୧୮୨୯ ଜଣଙ୍କ ଜୀବନ ଯାଇଛି। ସେହିପରି ୮୨,୩୨୪ ଜଣ ଆରୋଗ୍ୟ ଲାଭ କରିଛନ୍ତି।

ପ୍ରଭାବିତ ତାଲିକାର ୩ନଂ ସ୍ଥାନରେ ଦିଲ୍ଲୀ ରହିଛି। ଦିଲ୍ଲୀରେ ଏଯାଏ ୧,୦୯,୧୪୦ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୩୩୦୦ ଲୋକଙ୍କ ଜୀବନ ଯାଇଛି। ୮୪,୬୯୪ ଜଣ ସୁସ୍ଥ ହୋଇଛନ୍ତି ଓ ଆକ୍ଟିଭ କେସ୍‌ ସଂଖ୍ୟା ୨୧,୧୪୬ ରହିଛି।

ଏହାବାଦ ଆନ୍ଧ୍ର ପ୍ରଦେଶରେ ୨୯୨, ଅରୁଣାଚଳ ପ୍ରଦେଶରେ ୨, ଆସାମରେ ୨୭, ବିହାରରେ ୧୧୯, ଚଣ୍ଡିଗଡ଼ରେ ୭, ଛତିଶଗଡ଼ରେ ୧୭, ଗୋଆରେ ୯, ଗୁଜରାଟରେ ୨୦୨୨, ହରିଆଣାରେ ୨୯୦, ହିମାଚଳ ପ୍ରଦେଶରେ ୧୧, ଜମ୍ମୁ-କଶ୍ମୀରରେ ୧୫୯, ଝାରଖଣ୍ଡରେ ୨୩, କର୍ଣ୍ଣାଟକାରେ ୫୪୩, କେରଳରେ ୨୭, ଲଦାଖରେ ୧, ମଧ୍ୟପ୍ରଦେଶରେ ୬୩୮, ମେଘାଳୟରେ ୨, ଓଡ଼ିଶାରେ ୫୬, ପୁଡୁଚେରୀରେ ୧୭, ପଞ୍ଜାବ ୧୮୩, ରାଜସ୍ଥାନରେ ୪୯୭, ତେଲେଙ୍ଗାନାରେ ୩୩୯, ତ୍ରିପୁରାରେ ୧, ଉତ୍ତରାଖଣ୍ଡରେ ୪୬, ଉତ୍ତର ପ୍ରଦେଶରେ ୮୮୯ ଓ ପଶ୍ଚିମବଙ୍ଗରେ ୮୮୦ ଜଣ ପ୍ରାଣ ହରାଇଛନ୍ତି।

The post ପୁଣି କରୋନାରେ ଭାରତର ନୂଆ ରେକର୍ଡ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ଡେଇଁଲା appeared first on Odisha Reporter.



from Odisha Reporter https://ift.tt/2OrDiRf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages