ଦିନକରେ ୩୫,୧୭୫ ସୁସ୍ଥ, ୪୭,୭୦୪ ଆକ୍ରାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 28, 2020

ଦିନକରେ ୩୫,୧୭୫ ସୁସ୍ଥ, ୪୭,୭୦୪ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ ଦ୍ରୁତଗତିରେ ମାଡ଼ି ଚାଲିଛି। ଏବେ ସମଗ୍ର ଦେଶରେ ୪୦ ହଜାରର ଟ୍ରେଣ୍ଡ କ୍ରମାଗତ ଭାବେ ଦେଖିବାକୁ ମିଳୁଛି। ପୁଣିଥରେ ୨୪ ଘଣ୍ଟାରେ ୪୭,୭୦୪ ଜଣ କରୋନାରେ ଆକ୍ରାନ୍ତ ହୋଇଛି। ସେହିପରି ୬୫୪ ଜଣଙ୍କ ମୁଣ୍ଡ ନେଇଛି ଏହି ମହାମାରୀ ଭାଇରସ। ତେବେ ଗୋଟିଏ ଦିନରେ ରେକର୍ଡ ୩୫,୧୭୫ ଜଣ ସୁସ୍ଥ ହେବା ସମଗ୍ର ଦେଶ ପାଇଁ ଏକ ଆଶ୍ୱସ୍ତକର ଖବର ଆଣିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ୨୪ ଘଣ୍ଟାରେ ଦେଶରେ ରେକର୍ଡ ୫,୧୫,୪୭୨ଟି ନମୁନା ଟେଷ୍ଟ କରାଯାଇଛି। ଏହା ମଧ୍ୟରେ ୪୭,୭୦୪ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୪,୮୩,୧୫୭ରେ ପହଞ୍ଚି ଯାଇଛି।

ଗୋଟିଏ ଦିନରେ କରୋନା ୬୫୪ ଜଣଙ୍କ ମୁଣ୍ଡ ନେବାରୁ ମୋଟ ମୃତ୍ୟୁସଂଖ୍ୟା ୩୩,୪୨୫ରେ ପହଞ୍ଚିଛି। ଭାରତରେ କରୋନା ମୃତ୍ୟୁହାର ୨.୨୮% ରହିଥିବା ବେଳେ ସମଗ୍ର ବିଶ୍ୱରେ ଏହା ୪%।

ଦେଶରେ ଏଯାଏ ୯,୫୨,୭୪୪ ଜଣ ସୁସ୍ଥ ହୋଇ ସାରିଛନ୍ତି। ଏବେ ଭାରତରେ ଆକ୍ଟିଭ କେସ ସଂଖ୍ୟା ୪,୯୬,୯୮୮ ରହିଛି। ଏହାର ଅର୍ଥ ଦେଶରେ ଆରୋଗ୍ୟ ହାର ୬୩.୯୨% ରହିଛି। ଭାରତରେ ଆକ୍ଟିଭ କେସ୍‌ ଓ ଆରୋଗ୍ୟ ସଂଖ୍ୟା ମଧ୍ୟରେ ୪,୫୫,୭୫୫ର ଗ୍ୟାପ ରହିଛି।

The post ଦିନକରେ ୩୫,୧୭୫ ସୁସ୍ଥ, ୪୭,୭୦୪ ଆକ୍ରାନ୍ତ appeared first on Odisha Reporter.



from Odisha Reporter https://ift.tt/3g5hVkQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages