କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ମିଳିଲା ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 9, 2020

କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ମିଳିଲା ମୃତଦେହ

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ):ବୌଦ୍ଧ ଜିଲ୍ଲା ବଘିଆପଡ଼ା କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଜଣେ ଅନ୍ତେବାସୀଙ୍କ ମୃତ୍ୟୁ ହୋଇଛି। ମୃତକ ଗତ ବୁଧବାର ସୁରଟରୁ ଗାଁକୁ ଫେରି ବଘିଆପଡ଼ା କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହିଥିଲେ। ପୂର୍ବରୁ ତାଙ୍କର ଛାତି ଓ ମୁଣ୍ଡ ବିନ୍ଧା ହେଉଥିଲା। ଗତକାଲି କେନ୍ଦ୍ର ଭିତରେ ତାଙ୍କ ମୃତଦେହ ଦେଖିବାକୁ ପାଇଥିଲେ ଜଗୁଆଳି।

ଖବର ପାଇ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ବ୍ୟବଚ୍ଛେଦଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ମୃତଙ୍କ  ସ୍ୱାବ ଟେଷ୍ଟ ନିମନ୍ତେ ଯାଇଥିବା ବେଳେ ରିପୋର୍ଟ ଆସି ନାହିଁ।  ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟରୁ ହିଁ ପ୍ରକୃତ କାରଣ ସାମନାକୁ ଆସିବ ବୋଲି ବୌଦ୍ଧ ସିଡିଏମ୍‌ଓ ଡ. ପ୍ରଧାନ କହିଛନ୍ତି।

The post କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ମିଳିଲା ମୃତଦେହ appeared first on Odisha Reporter.



from Odisha Reporter https://ift.tt/3fgSYlY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages