କାଠମାଣ୍ଡୁ: ଦୂରଦର୍ଶନ ବ୍ୟତୀତ ଆଉ ସମସ୍ତ ଭାରତୀୟ ନ୍ୟୁଜ ଚ୍ୟାନେଲକୁ ନିଜ ଦେଶରେ ବ୍ୟାନ କରିଥିବା ନେପାଳ ଏବେ ଭାରତକୁ ଧମକ ଦେବା ଆରମ୍ଭ କରିଛି। ଭାରତର କିଛି ଗଣାମଧ୍ୟମ ମିଛି, ଭିତ୍ତିହୀନ ଓ ଅପମାନଜନକ ଶବ୍ଦ ପ୍ରୟୋଗ କରି ନେପାଳ ଏବଂ ଏହାର ନେତୃବୃନ୍ଦଙ୍କ ବିରୋଧରେ ରିପୋର୍ଟ ପ୍ରକାଶ କରୁଥିବା କାଠମାଣ୍ଡୁ କହିଛି। ଏନେଇ ନେପାଳ ପକ୍ଷରୁ କୂଟନୀତିକ ସ୍ତରରେ ବି ପ୍ରତିବାଦ ଜଣାଇ ଭାରତ ସରକାରଙ୍କୁ ସଂପୃକ୍ତ ଗଣମାଧ୍ୟମଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି।
ଦେଶର ଜାତୀୟ ମନୋବଳକୁ ଭାରତୀୟ ନ୍ୟୁଜ ଚ୍ୟାନେଲଗୁଡ଼ିକ କ୍ଷତି ପହଞ୍ଚାଇବା ଭଳି ରିପୋର୍ଟ ପ୍ରକାଶ କରୁଥିବା ଅଭିଯୋଗ କରି ଗୁରୁବାର ନେପାଳ ସରକାର ଏଗୁଡ଼ିକର ପ୍ରସାରଣ ଉପରେ ରୋକ ଲଗାଇଥିଲେ। ଏବେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟକୁ ନୋଟିସ୍ ପଠାଇଥିବା ନେପାଳ କହିଛି ଯେ କିଛି ଭାରତୀୟ ଗଣମାଧ୍ୟମରେ ମିଥ୍ୟା, ଭତ୍ତିହୀନ ଓ ଅତ୍ୟନ୍ତ ଅପମାନଜନକ ରିପୋର୍ଟ ନେପାଳ ବିରୋଧରେ ପ୍ରକାଶ କରାଯାଉଛି। ନେପାଳର ନେତୃବୃନ୍ଦଙ୍କୁ ମଧ୍ୟ ଏହି ରିପୋର୍ଟ ଜରିଆରେ ଟାର୍ଗେଟ କରାଯାଉଛି। ଏଭଳି ରିପୋର୍ଟ ଜରିଆରେ କେବଳ ଲୋକଙ୍କୁ ବିଭ୍ରାନ୍ତ କରାଯାଉ ନାହିଁ ବରଂ ନେପାଳର ଜାତୀୟ ମନୋବଳକୁ ଭାଙ୍ଗିବାକୁ ଚେଷ୍ଟା କରାଯାଉଛି।
ଭାରତୀୟ ଗଣାମାଧ୍ୟମ ରିପୋର୍ଟ ପ୍ରକାଶ କରି ନେପାଳର ନାଗରିକ ଓ ଏହାର ନେତୃତ୍ୱଙ୍କୁ ଆଘାତ ଦେଉଛନ୍ତି। ତେଣୁ ଭାରତ ସରକାର ଏଭଳି ଖବର ପ୍ରସାରଣ କରୁଥିବା ମିଡିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର। ନଚେତ୍ ମିଡିଆ ରିପୋର୍ଟ ପାଇଁ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ ନିଶ୍ଚିତ ଭାବେ ପ୍ରଭାବିତ ହେବ ବୋଲି ନେପାଳ ପକ୍ଷରୁ କୁହାଯାଇଛି।
The post ମିଡିଆ ରିପୋର୍ଟକୁ ନେପାଳର ବିରୋଧ, ଭାରତକୁ ଦେଲା ଧମକ appeared first on Odisha Reporter.
from Odisha Reporter https://ift.tt/3enOZmf
No comments:
Post a Comment