ଅଯୋଧ୍ୟା: ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଆୟୋଜିତ ହୋଇଥିବା ଭୂମି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଭୂମି ପୂଜା ମଣ୍ଡପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ନୀତିକାନ୍ତି କରୁଛନ୍ତି। ତାଙ୍କ ସହ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦିବେନ ପଟେଲ ଓ ଆରଏସଏସ ମୁଖ୍ୟ ମୋହନ ଭାଗବତ ରହିଛନ୍ତି।
ଭୂମି ପୂଜନ ନୀତିକାନ୍ତି ପରେ ମୋଦି ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାଶ କରିବେ। ଏହି ସମୟରେ ସେ ୪୦ କେଜି ଓଜନର ରୂପା ସ୍ଲାବ ପ୍ରତିଷ୍ଠା କରିବେ ଓ ବିଧିବଦ୍ଧ ଭାବେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।
ଏହା ପୂର୍ବରୁ ଦିଲ୍ଲୀରୁ ଅଯୋଧ୍ୟା ଗସ୍ତ କରିଥିବା ମୋଦି ହନୁମାନଗଢ଼ିରେ ପୂଜାର୍ଚ୍ଚନା କରିବା ସହ ରାମଲାଲାଙ୍କ ଦର୍ଶନ କରିଥିଲେ। ଏହାପରେ ପ୍ରସ୍ତାବିତ ମନ୍ଦିର ନିର୍ମାଣ ହୋଇଥିବା ସ୍ଥାନରେ ବୃକ୍ଷ ରୋପଣ କରିଥିଲେ। ଏଠାରେ ସେ ପାରିଜାତ ରୋପଣ କରିଛନ୍ତି।
ହନୁମାନଗଢ଼ି ନିକଟରେ ମୋଦି ପୂଜା କରୁଥିବା ବେଳେ ତାଙ୍କୁ ରୁପାର ମୁକୁଟ ଦିଆଯାଇଥିଲା। ଏହାକୁ ସେ ପରିଧାନ ମଧ୍ୟ କରିଥିଲେ।
The post ରାମ ମନ୍ଦିର ନର୍ମାଣ ପାଇଁ ଭୂମି ପୂଜନ ଆରମ୍ଭ, ବସିଛନ୍ତି ମୋଦି appeared first on Odisha Reporter.
from Odisha Reporter https://ift.tt/2DDX1uQ
No comments:
Post a Comment