ଭିକ ମାଗି ପେଟ ପୋଷୁଛନ୍ତି ଶିକ୍ଷକ ପ୍ରଫୁଲ୍ଲ ମିଶ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 3, 2020

ଭିକ ମାଗି ପେଟ ପୋଷୁଛନ୍ତି ଶିକ୍ଷକ ପ୍ରଫୁଲ୍ଲ ମିଶ୍ର

ଖୋର୍ଦ୍ଧା (ବଳରାମ ଲେଙ୍କା): ଚାଲିବାକୁ ପାଦରେ ବଳ ନାହିଁ। ଅଣ୍ଟା ନଇଁ ଗଲାଣି। ହାତ ଥରିବା ସହିତ ଆଖିକୁ ଭଲ ଦେଖା ଯାଉନି। କାନକୁ ବି ଭଲ ଶୁଣାଯାଉନି। ଆଉ ବୟସର ଅପରାହ୍ଣରେ ଏମିତି ଅବସ୍ଥାରେ ନିଜ ଲୁହ ନିଜେ ପିଇ ଭିକ ମାଗି ପେଟ ପୋଷୁଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଳକାଟି ହାଇସ୍କୁଲର ପୂର୍ବତନ ଶିକ୍ଷକ ପ୍ରଫୁଲ୍ଲ କୁମାର ମିଶ୍ର। ତାଙ୍କ ଘର ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ। ହେଲେ ସେ ଏଠାରେ ଚାକିରି କରୁଥିଲେ।

ପ୍ରଫୁଲ୍ଲ କୁମାର ମିଶ୍ର ୧୯୮୦ ମସିହାରେ ପରିଚାଳନା କମିଟି ଦ୍ୱାରା  ନିଯୁକ୍ତି ପାଇ ବାଳକାଟି ହାଇସ୍କୁଲରେ ଶିକ୍ଷକ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ। ପିଲାମାନଙ୍କୁ ସେ ସାହିତ୍ୟ ଓ ଇଂରାଜୀ ପଢ଼ାଉଥିଲେ। ୧୯୯୦ ମସିହାରେ ତାଙ୍କ ସ୍କୁଲ ସରକାରୀ ସ୍କୁଲର ମାନ୍ୟତା ପାଇଥିଲା। ଏହାପରେ ପରିଚାଳନା କମିଟି ପ୍ରଫୁଲ୍ଲଙ୍କୁ ଦେଢ଼ ଲକ୍ଷ ଟଙ୍କା ଡୋନେସନ୍‌ ମାଗିଥିଲା। ହେଲେ ମାସକୁ ୧୦୦୦ ଟଙ୍କା ଦରମା ପାଉଥିବାରୁ ସେ ଏତେ ଟଙ୍କା ଦେଇ ପାରି ନଥିଲେ। ଏହାପରେ ପରିଚାଳନା କମିଟି ତାଙ୍କୁ ଚାକିରିରୁ ବାହାର କରି ଦେଇଥିଲା। ତା’ପରେ ସେ ପିଲାଙ୍କୁ ଟ୍ୟୁସନ କରି ଚଳୁଥିଲେ। ହେଲେ ଆଖି ଖରାପ ହେବାରୁ ଆଉ ଟ୍ୟୁସନ ମଧ୍ୟ କରିପାରିଲେ ନାହିଁ। ଶେଷରେ କିଛି ପାୟ ନପାଇ ପ୍ରାୟ ୪ ବର୍ଷ ହେବ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟ ୧୬ ନମ୍ୱର ଜାତୀୟ ରାଜପଥ କଡ଼ରେ ଭିକ ମାଗି ପେଟ ପୋଷୁଛନ୍ତି।

ପ୍ରଫୁଲ୍ଲ କୁମାର ମିଶ୍ର କହିଛନ୍ତି, “ଦିନେ ଚାକିରି କରିଥିଲି। ହେଲେ ଆଜି ସର୍ବସ୍ୱାନ୍ତ ହୋଇ ଯାଇଛି। ମୋ ପରିବାରରେ କେହି ନାହାନ୍ତି। ବାଇପାସ୍‌ରେ ଭିକ୍ଷା ବୃତ୍ତି କରି ଚଳୁଛି। ମୁଣ୍ଡ ଗୁଞ୍ଜିବା ପାଇଁ ମୋତେ କୁଡ଼ିଆ ଘର ଦରକାର। ଘର ନାହିଁ ବୋଲି ବାର ଦୁଆର ଶୁଣ୍ଡି ପିଣ୍ଡା ହେଉଛି। ତେଣୁ ବ୍ୟସ୍ତ ଲାଗୁଛି। ଥରେ ମନ୍ତ୍ରୀ ଅରଣୁ ସାହୁଙ୍କୁ ଦେଖା କରିବା ପାଇଁ  ସଚିବାଳୟକୁ ଯାଇଥିଲି। ସେଠାରେ ମୋର ତିନି ଜଣ ଛାତ୍ରଙ୍କ ସହ ମୋର ଦେଖା ହୋଇଥିଲା। ହେଲେ ସେମାନଙ୍କୁ ମୁଁ ପାଠ ପଢ଼ାଇଥିବାରୁ ପଇସା ମାଗିବାକୁ ମୋ ବିବେକ ବାଧା ଦେଇଥିଲା। ମୋ ଛାତ୍ରମାନେ ଡାକ୍ତର ଓ ଇଞ୍ଜିନିୟର ହୋଇଛନ୍ତି। ତା’ସହିତ ଆହୁରି ଅନେକ ବଡ଼ ଚାକିରି କରିଛନ୍ତି। ମୋର ଜଣେ ଛାତ୍ର ନବରଙ୍ଗପୁର ଜିଲ୍ଲାରେ ଜିଲ୍ଲାପାଳ ଥିଲେ। ସେ ତାଙ୍କ ରେଡକ୍ରସ୍‌ରୁ ୧୦ ହଜାର ଟଙ୍କା ମୋ ପାଖକୁ ପଠାଇଥିଲେ।”

ସରକାରଙ୍କ ଅନେକ ଯୋଜନା ଥିବାରୁ ତାଙ୍କୁ ଘର ଖଣ୍ଡେ ଦେବାକୁ  ପ୍ରଫୁଲ୍ଲ ନିବେଦ କରିଛନ୍ତି।

ସ୍ଥାନୀୟ ବାସିନ୍ଦା ନାରାୟଣ ଚନ୍ଦ୍ର ମହାନ୍ତି କହିଛନ୍ତି, “ଆମେ ବହୁତ ଦିନ ହେଲା ଦେଖୁଛୁ ସେ ଏହି ଅଞ୍ଚଳରେ ବୁଲି ଭିକ୍ଷା ବୃତ୍ତି କରୁଛନ୍ତି। ଆମେ ତାଙ୍କ ସମ୍ପର୍କରେ ଯାହା ଶୁଣିଛୁ- ସେ ଗ୍ରାଜୁଏସନ୍ କରି ଏକ ସ୍କୁଲରେ କର୍ମଚାରୀ ଭାବେ କାମ କରୁଥିଲେ। ହେଲେ ଚକ୍ରାନ୍ତରେ ବଳି ପଡ଼ି ସେ ତାଙ୍କ ଚାକିରିକୁ ହରାଇଥିଲେ। ସେ ଭିକ୍ଷାବୃତ୍ତି କରି ଚଳୁଛନ୍ତି। ସରକାରଙ୍କ ବହୁତ ଯୋଜନା ଥିଲେ ମଧ୍ୟ ସେ ଆଜି କୌଣସି ଯୋଜନାରେ ସାମିଲ ହୋଇ ପାରି ନାହାନ୍ତି, ଯାହା ସବୁଠାରୁ ଦୁଃଖର ବିଷୟ। ଆଗାମୀ ଦିନରେ ସରକାର ତାଙ୍କୁ କୌଣସି ଯୋଜନାରେ ସାମିଲ କରି ଦିଅନ୍ତି, ତାହେଲେ ହୁଏତ ଅନ୍ୟ ବଳକା ସମୟ ଭଲରେ ବଞ୍ଚି ଯାଆନ୍ତେ।”

The post ଭିକ ମାଗି ପେଟ ପୋଷୁଛନ୍ତି ଶିକ୍ଷକ ପ୍ରଫୁଲ୍ଲ ମିଶ୍ର appeared first on Odisha Reporter.



from Odisha Reporter https://ift.tt/30q4bvt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages