ମୁମ୍ବାଇ: ଦିବଂଗତ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବ୍ୟାଙ୍କ ଅକାଣ୍ଟରୁ ଟଙ୍କା ହଡ଼ପ ମାମଲାରେ ଶୁକ୍ରବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ରିୟା ଚକ୍ରବର୍ତ୍ତୀଙ୍କୁ ୮ ଘଣ୍ଟା ପଚରାଉଚରା କରାଯାଇଥିବା ବେଳେ ପୁଣି ସମନ ଜାରି କରାଯାଇଛି। ସୋମବାର ପୁଣି ଥରେ ମୁମ୍ବାଇ ସ୍ଥିତ ଇଡି ଅଫିସ୍ରେ ହାଜର ହେବାକୁ ତାଙ୍କୁ ସମନ ପଠାଯାଇଛି। ଗତକାଲି ତାଙ୍କ ଭାଇ ଶୌବିକ ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରାଯାଇଥିଲା। ତାଙ୍କୁ ୧୮ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ପଚରାଉଚରା ବେଳେ ରିୟା ଚକ୍ରବର୍ତ୍ତୀ ଇଡି ଅଧିକାରୀମାନଙ୍କୁ ସହଯୋଗ କରି ନଥିଲେ। ଅନେକ ପ୍ରଶ୍ନର ସେ ଠିକ୍ ଉତ୍ତର ଦେଇ ନଥିଲେ। ଏପରିକି ତାଙ୍କର ଅନେକ ଖର୍ଚ୍ଚ ସଂପର୍କିତ ପ୍ରଶ୍ନରେ ନିଜ ପକ୍ଷ ରଖିବାରେ ସେ ସମର୍ଥ ହୋଇ ନଥିଲେ। ରିୟା ଯେଉଁସବୁ ଉତ୍ତର ଦେଇଛନ୍ତି, ତାକୁ ନେଇ ଇଡି ସନ୍ତୁଷ୍ଟ ହୋଇପାରିନି।
ଗତ କିଛି ବର୍ଷରେ ରିୟା ଚକ୍ରବର୍ତ୍ତୀଙ୍କ ବାର୍ଷିକ ଆୟ ୧୦ ଲକ୍ଷରୁ ବଢ଼ି ୧୪ ଲକ୍ଷରେ ପହଞ୍ଚିଥିବା ବେଳେ ସେହି ଅନୁସାରେ ତାଙ୍କ ନାଁରେ ଥିବା ପ୍ରୋପର୍ଟି ଓ ତାଙ୍କର ଖର୍ଚ୍ଚ ଖୁବ୍ ଅଧିକ ବୋଲି ଇଡି ପ୍ରମାଣ ପାଇଛି। ତଥାପି ଅଧିକ ପ୍ରମାଣ ସହିତ ଇଡି ତାଙ୍କୁ ପୁଣି ପଚରାଉଚରା କରିବାକୁ ପ୍ରସ୍ତୁତ ହୋଇଛି।
ସୁଶାନ୍ତ ସିଂହ ରାଜପୁତଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ହଡ଼ପ କରାଯାଇଥିବା ନେଇ ତାଙ୍କ ବାପା ବିହାର ରାଜଧାନୀ ପାଟନାର ଏକ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହା ସହିତ ଅନ୍ୟାନ୍ୟ ଅଭିଯୋଗ କରି ସେ ରିୟା ଚକ୍ରବର୍ତ୍ତୀଙ୍କ ସମେତ ୬ ଜଣଙ୍କ ନାଁରେ ଏତଲା ଦେଇଥିଲେ।
The post ରିୟାଙ୍କୁ ପୁଣି ଡାକିଲା ଇଡି appeared first on Odisha Reporter.
from Odisha Reporter https://ift.tt/2XI5u77
No comments:
Post a Comment