ଝିଲିକ୍‌ଙ୍କ ପାଇଁ ଅସମ୍ଭବ ହେଇଗଲାଣି ଏହି କାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 9, 2020

ଝିଲିକ୍‌ଙ୍କ ପାଇଁ ଅସମ୍ଭବ ହେଇଗଲାଣି ଏହି କାମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ଅଭିନେତ୍ରୀ ଝିଲିକ୍‌ ଭଟ୍ଟାଚାର୍ଯ୍ୟ ତାଙ୍କ ବୈବାହିକ ଜୀବନରେ ଖୁସିରେ ଅଛନ୍ତି। ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡ଼େଇଙ୍କୁ ବିବାହ କରିବା ପରେ ଝିଲିକ୍‌ ଏବେ ଫିଲ୍ମ ଦୁନିଆରୁ ଦୂରରେ ଅଛନ୍ତି। ବେଙ୍ଗଲି ଝିଅରୁ ଓଡ଼ିଆ ବୋହୂ ହେବା ପରେ ସେ ଓଡ଼ିଆ ଭାଷା ଶିଖିବାକୁ ଚେଷ୍ଟା କରୁଛନ୍ତି। ଏଥିସହ କରୋନା ଲକ୍‌ଡାଉନ୍‌ ସମୟରେ ସେ ଘରେ ରହି ଓଡ଼ିଆ ପରମ୍ପରା ଏବଂ ପୂଜା ପାଠ ଉପରେ ବିଶେଷ ଧ୍ୟାନ ଦେଉଛନ୍ତି।

ହେଲେ ଝିଲିକ୍‌ଙ୍କ ପାଇଁ ଗୋଟେ କାମ ଅସମ୍ଭବ ହୋଇପଡୁଛି। ନିକଟରେ ଝିଲିକ୍‌ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେଆର କରି ଲେଖିଛନ୍ତି, ନା ମୁମ୍‌କିନ୍‌ ସା ହୋ ଗୟା ହୈ ପତଲା ହୋନା, ଅର୍ଥାତ୍‌ ଅସମ୍ଭବ ହୋଇଗଲାଣି ପତଳା ହେବା।

ଝିଲିକ୍‌ଙ୍କର ଏହି ଫଟୋରେ ଅଭିନେତ୍ରୀ ଦେବଜାନୀ କମେଣ୍ଟ କରି ଲେଖିଛନ୍ତି, ଅସମ୍ଭବ କଥା କାହିଁକି କୁହାଯାଉଛି। ସେହିପରି ଅଭିନେତ୍ରୀ ତଥା ନ୍ୟୁଟ୍ରିସିଓନିଷ୍ଟ ନିହାରିକା ଦାସ ଝିଲିକଙ୍କୁ ଏଥିପାଇଁ ତାଙ୍କର ସାହାଯ୍ୟ ନେଇ ପାରିବେ ବୋଲି କମେଣ୍ଟ କରିଛନ୍ତି।

View this post on Instagram

Na mumkin sa ho gaya hai patla hona 😞😞😞

A post shared by Jhilik Bhattacharjee (@jhilikbhattacharjeeofficial) on

ଝିଲିକ୍‌ଙ୍କର ଏହି ପୋଷ୍ଟରେ ତାଙ୍କ ପ୍ରଶଂସକମାନେ ମଧ୍ୟ କମେଣ୍ଟ କରିଛନ୍ତି। ସେ ଏବେବି ବେଶ୍‌ ସୁନ୍ଦର ଦେଖାଯାଉଛନ୍ତି ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ‘ଓଲେ ଓଲେ ଦିଲ୍‌ ବୋଲେ’, ‘ତମକୁ ଦେଖିଲା ପରେ’, ‘ଜବରଦସ୍ତ ପ୍ରେମିକ’, ‘ଅଗସ୍ତ୍ୟ’, ‘ଲଭ୍‌ ୟୁ ହମେସା’, ‘ଜଗା ହାତରେ ପଘା’ ଆଦି ଫିଲ୍ମରେ କାମ କରିଛନ୍ତି ଝିଲିକ୍‌। ଚଳିତ ବର୍ଷ ମାର୍ଚ୍ଚ ୧୧ ତାରିଖରେ ସୁକିନ୍ଦା ବିଧାୟକ ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇଙ୍କ ପୁଅ ପ୍ରୀତିରଞ୍ଜନ ଘଡ଼େଇଙ୍କୁ ଝିଲିକ୍‌ ବିବାହ କରିଥିଲେ।

 

 

The post ଝିଲିକ୍‌ଙ୍କ ପାଇଁ ଅସମ୍ଭବ ହେଇଗଲାଣି ଏହି କାମ appeared first on Odisha Reporter.



from Odisha Reporter https://ift.tt/2XKg3Xp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages