ଲୋକଙ୍କୁ ସୋନୁ ସୁଦ୍‌ଙ୍କ‌ ଅନୁରୋଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 9, 2020

ଲୋକଙ୍କୁ ସୋନୁ ସୁଦ୍‌ଙ୍କ‌ ଅନୁରୋଧ

ମୁମ୍ୱାଇ: କରୋନା ଲକଡାଉନରେ ପ୍ରବାସୀଙ୍କ ପାଇଁ ଭଗବାନ ପାଲଟିଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ଲୋକଙ୍କ ନିକଟରେ କିଛି ନିବେଦନ କରିଛନ୍ତି। ଏକ ଟ୍ୱିଟ୍‌ କରି ସୋନୁ ରୋଗୀଣା ଲୋକଙ୍କୁ ସାହାଯ୍ୟ କରି ପାଇଁ କହିଛନ୍ତି।

ସୋନୁ ଟ୍ୱିଟ୍‌ରେ ଲେଖିଛନ୍ତି, ‘ଆପଣମାନଙ୍କୁ ମୋର ବିନମ୍ର ନିବେଦନ, ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ। ଯେଉଁମାନେ ସକ୍ଷମ ଦୟାକରି ସେମାନେ ଆଗକୁ ଆସନ୍ତୁ ଏବଂ ନିଜ ନିକଟବର୍ତ୍ତୀ ହସ୍‌ପିଟାଲ୍‌ରେ ଭର୍ତ୍ତି ଜଣେ ଲେଖାଏଁ ରୋଗୀଙ୍କ ଦାୟିତ୍ୱ ନିଅନ୍ତୁ। ଅତିକମ୍‌ରେ ଆପଣମାନେ ସେମାନଙ୍କ ଔଷଧ ଖର୍ଚ୍ଚ ବହନ କରିପାରିବେ। ଯଦି ଆପଣ ଏପରି କରିବେ, ତା’ହେଲେ ମୁଁ ଆଶ୍ୱସ୍ତି ଦେଉଛି ଆପଣ ଦୁଃଖକୁ ଅଧା କରିଦେବେ। ସମସ୍ତେ ଜାଗ୍ରତ ହୁଅନ୍ତୁ।’

ଏହାପୂର୍ବରୁ ସୋନୁ ପଞ୍ଜାବର ଅନାଥ ପିଲାଙ୍କ ଭବିଷ୍ୟତ କଥା ଚିନ୍ତା କରି ଏକ ଟ୍ୱିଟ୍‌ କରିଥିଲେ।

କେବଳ ଏତିକି ନୁହେଁ, ସୋନୁ ଫିଲିପାଇନ୍‌ସରେ ଫସି ରହିଥିବା ପ୍ରବାସୀଙ୍କୁ ଭାରତ ଫେରାଇ ଆଣିଛନ୍ତି। ଏହାକୁ ନେଇ ସେ ଟ୍ୱିଟ୍‌ କରି ଲେଖିଛନ୍ତି, ‘ଆପଣ ସମସ୍ତଙ୍କୁ ଭାରତ ଆଣି ମୁଁ ବହୁତ ଖୁସି। ଫିଲିପାଇନ୍‌ସ‌ ମିଶନ୍‌ର ପ୍ରଥମ ଭାଗ ପୂରା ହୋଇଛି। ଏବେ ଦ୍ୱିତୀୟ ଭାଗ। ଜୟ ହିନ୍ଦ୍‌…।’

ଫିଲିପାଇନସ୍‌ ସହିତ ସୋନୁ ଋଷ୍‌ର ମୋସ୍କୋ, ଉଜ୍‌ବେକିସ୍ତାନ୍‌ର ତାସ୍‌କେଣ୍ଟ୍‌ରୁ ଭାରତୀୟଙ୍କୁ ଘରକୁ ଫେରାଇ ଆଣିଛନ୍ତି। ଏହି ମିଶନ୍‌ ସ୍ପାଇସ୍‌ଜେଟ୍‌ ମାଧ୍ୟମରେ ପୂରା ହୋଇଛି।

ସୂଚନାଯୋଗ୍ୟ, ଘରକୁ ଫେରି ଆସୁଥିବା ପ୍ରବାସୀଙ୍କୁ ରୋଜଗାର ଯୋଗାଇ ଦେବା ପାଇଁ Pravasirojgar.com ନାମରେ ଏକ ୱେବସାଇଟ୍‌ ସୋନୁ ସୁଦ୍‌ ଆରମ୍ଭ କରିଛନ୍ତି। ଯେଉଁଥିରେ ଏକ ଟୋଲ୍‌ ଫ୍ରୀ ନମ୍ୱର ରହିଛି। ଏହାଦ୍ୱାରା ୧ ଲକ୍ଷ ପ୍ରବାସୀ ଚାକିରି ପାଇପାରିବେ ବୋଲି ସେ ଦାବି କରିଛନ୍ତି।

The post ଲୋକଙ୍କୁ ସୋନୁ ସୁଦ୍‌ଙ୍କ‌ ଅନୁରୋଧ appeared first on Odisha Reporter.



from Odisha Reporter https://ift.tt/3abSuvu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages