ଆଜିଠୁ ଗଡ଼ିଲା ମୋ’ ବସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 3, 2020

ଆଜିଠୁ ଗଡ଼ିଲା ମୋ’ ବସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ପାଇଁ ଦୀର୍ଘ ଦିନ ହେବ ବନ୍ଦ ରହିଥିବା ମୋ ବସ୍‌ ସେବା ଆଜିଠୁ ପୁଣି ଆରମ୍ଭ ହେଲା। ଯାତ୍ରୀଙ୍କ ସୁବିଧା ପାଇଁ ମୁଖ୍ୟତଃ ଭୁବନେଶ୍ୱର-କଟକ-ଖୋର୍ଦ୍ଧା-ପିପିଲିର ୮ଟି ରୁଟ୍‌ରେ ଗଡ଼ିଲା ନନ୍ ଏସି ବସ୍।

ଏହି ରୁଟ୍‌ଗୁଡ଼ିକ ହେଲା୧୧ ନମ୍ବର( ନନ୍ଦନ ବିହାର-ଲିଙ୍ଗିପୁର), ୧୬ ନମ୍ବର (ମାଷ୍ଟର କ୍ୟାଣ୍ଟିନରୁ କଟକ ବିଜୁ ପଟ୍ଟନାୟକ ପାର୍କ), ୧୮ ନମ୍ବର-(ବରମୁଣ୍ଡାରୁ ଜଗତପୁର), ୨୦ ନମ୍ବର-(ମାଷ୍ଟର କ୍ୟାଣ୍ଟିନରୁ ଖୋର୍ଦ୍ଧା ଭାୟା ବାଣୀବିହାର), ୨୩ ନମ୍ବର-(ମାଷ୍ଟର କ୍ୟାଣ୍ଟିନରୁ ସମ୍ ହସ୍ପିଟାଲ), ୨୫ ନମ୍ବର (ଡୁମଡୁମାରୁ ମଞ୍ଚେଶ୍ୱର), ୨୭ ନମ୍ବର (ମାଷ୍ଟର କ୍ୟାଣ୍ଟିନରୁ ଏମ୍ସ), ୩୩ ନମ୍ବର (ମାଷ୍ଟର କ୍ୟାଣ୍ଟିନରୁ ପିପିଲି)।

ଅନ୍‌ଲକ୍‌-୩ ସରକାରଙ୍କ ଗ୍ରୀନ୍‌ ସିଗ୍‌ନାଲ୍‌ ପରେ ବସ୍‌ ସେବା ଆରମ୍ଭ କରିବାକୁ CRUT ପକ୍ଷରୁ ସୂଚନା ଦିଆଯାଇଥିଲା। ସପ୍ତାହର ୫ ଦିନ ସକାଳ ୭ଟାରୁ ସନ୍ଧ୍ୟା ୭ଟା ମଧ୍ୟରେ ମୋ ବସ୍ ଚଳାଚଳ କରିବ  । ଅଗଷ୍ଟ ମାସ ସାରା କିନ୍ତୁ ଶନିବାର ଓ ରବିବାର ମୋ ବସ୍ ବନ୍ଦ ରହିବ ବୋଲି CRUT ପକ୍ଷରୁ ସୂଚନା ଦିଆଯାଇଛି ।  ଏହି ସମୟରେ କିନ୍ତୁ କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯିବ।

The post ଆଜିଠୁ ଗଡ଼ିଲା ମୋ’ ବସ୍‌ appeared first on Odisha Reporter.



from Odisha Reporter https://ift.tt/3i2JcF1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages