ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ କରୋନା, ଆଇସୋଲେସନ୍‌ରେ ରହିଲେ ଜଣେ ମୁଖ୍ୟମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 3, 2020

ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ କରୋନା, ଆଇସୋଲେସନ୍‌ରେ ରହିଲେ ଜଣେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଜଣଙ୍କ ପରେ ଜଣେ ରାଜନେତା କରୋନାରେ ସଂକ୍ରମିତ ହେଉଛନ୍ତି। ଏବେ ଏଥିରେ ଯୋଡ଼ି ହୋଇଯାଇଛନ୍ତି କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା। ଆଜି ସେ ଟ୍ୱିଟ୍ କରି ଏ ସଂପର୍କରେ ସୂଚନା ଦେଇଛନ୍ତି।

ସିଦ୍ଦରମୈୟା ଲେଖିଛନ୍ତି ଯେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଛି ଓ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।


ଏହା ସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକମାନେ ଲକ୍ଷଣ ଯାଞ୍ଚ କରିବା ସହିତ ନିଜକୁ କ୍ୱାରେଣ୍ଟାଇନ୍‌ରେ ରଖିବାକୁ ସେ ଅନୁରୋଧ କରିଛନ୍ତି। ଗତକାଲି ଜ୍ୱର ହେବା ପରେ ତାଙ୍କର କରୋନା ଟେଷ୍ଟ୍ କରାଯାଇଥିଲା।ଅନ୍ୟପକ୍ଷରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ଆଇସୋଲେସନ୍‌ରେ ରହିଛନ୍ତି। ତାଙ୍କ ପରିବାରର ଦୁଇ ଜଣ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସେ ତାଙ୍କ ବାସଭବନରେ ଆଇସୋଲେସନ୍‌ରେ ରହିଛନ୍ତି। ତାଙ୍କର ବି କରୋନା ଟେଷ୍ଟ୍ କରାଯାଇଛି। ତେବେ ରିପୋର୍ଟ ଆସିନାହିଁ। ଅନ୍ୟପକ୍ଷରେ ତାଙ୍କ ପରିବାରର ବାକି ସଦସ୍ୟଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ସେ ଗତକାଲି ବିଳମ୍ବିତ ରାତିରେ ଟ୍ୱିଟ୍ କରି ଜଣାଇଥିଲେ।


ସୂଚନାଯୋଗ୍ୟ, କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦ୍ୟୁରପ୍ପା କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେ ଡାକ୍ତରଖାନାରେ ଅଛନ୍ତି। ତାଙ୍କ ଝିଅ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟରେ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ଦୁଇ ଦିନ ତଳେ ଉତ୍ତର ପ୍ରଦେଶ ସରକାରରେ ମନ୍ତ୍ରୀ ଥିବା କମଳ ରାଣୀ ବରୁଣଙ୍କର କରୋନାରେ ମୃତ୍ୟୁ ଘଟିଥିଲା। ଲୋକସଭା ସାଂସଦ କାର୍ତ୍ତି ଚିଦାମ୍ବରମ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

The post ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ କରୋନା, ଆଇସୋଲେସନ୍‌ରେ ରହିଲେ ଜଣେ ମୁଖ୍ୟମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/2Plp7NT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages