ସୋନୁଙ୍କୁ ମାସକର ଦରମା ଦେବାକୁ ଚାହୁଁଥିଲେ ଜଣେ ବ୍ୟକ୍ତି, କିନ୍ତୁ ତାଙ୍କୁ ମିଳିଲା ଆହୁରି ବଢ଼ିଆ ପ୍ରସ୍ତାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 31, 2020

ସୋନୁଙ୍କୁ ମାସକର ଦରମା ଦେବାକୁ ଚାହୁଁଥିଲେ ଜଣେ ବ୍ୟକ୍ତି, କିନ୍ତୁ ତାଙ୍କୁ ମିଳିଲା ଆହୁରି ବଢ଼ିଆ ପ୍ରସ୍ତାବ

ମୁମ୍ବାଇ: ଲକ୍‌ଡାଉନ୍ ବେଳେ ବହୁତ ଲୋକଙ୍କୁ ସାହାଯ୍ୟ କରିଛନ୍ତି ବଲିଉଡ୍‌ ଅଭିନେତା ସୋନୁ ସୁଦ୍। ସେ କେବଳ ସେମାନଙ୍କୁ ସେମାନଙ୍କ ଜନ୍ମମାଟିରେ ପହଞ୍ଚାଇ ନାହାନ୍ତି, ସେମାନଙ୍କର ରୋଜଗାରର ବ୍ୟବସ୍ଥା ମଧ୍ୟ କରିଛନ୍ତି। ସେହିପରି କାହାକୁ ଚାଷ କରିବାକୁ ଟ୍ରାକ୍ଟର ଦେଇଛନ୍ତି ତ କାହାକୁ ଅନ୍‌ଲାଇନ୍‌ରେ ପାଠ ପଢ଼ିବା ପାଇଁ ସ୍ମାର୍ଟଫୋନ୍ ଦେଇଛନ୍ତି। ଏଇ ସବୁ ଘଟଣା ଭିତରେ ଆଉ କିଛି ଦୃଶ୍ୟ ବି ସାମ୍ନାକୁ ଆସିଛି। ସୋନୁଙ୍କ ଠାରୁ ସାହାଯ୍ୟ ପାଇଥିବା ଲୋକଙ୍କ ମଧ୍ୟରୁ କେହି ଦୋକାନ ଖୋଲି ତାଙ୍କ ନାଁରେ ନାମିତ କରିଛନ୍ତି ତ ଆଉ କେହି ନିଜ ନବଜାତ ସନ୍ତାନର ନାଁ ‘ସୋନୁ’ ରଖିଛନ୍ତି।

ଏବେ ଆଉ ଏକ ଖବର ଆସିଛି। ସୋନୁଙ୍କର ଜଣେ ପ୍ରଶଂସକ ତାଙ୍କୁ ତାଙ୍କ ମାସକର ବେତନ ଦେବାକୁ ଚାହୁଁଥିଲେ। ତାଙ୍କ ନାଁ ମୁକେଶ କୁମାର। ସେ ଟ୍ୱିଟ୍‌ କରି କହିଥିଲେ ଯେ ତାଙ୍କ ପାଖରେ ଅଧିକ କିଛି ନାହିଁ। ତେବେ ସେ ସୋନୁଙ୍କୁ ତାଙ୍କର ଏକ ମାସର ଦରମା ଦେଇପାରିବେ। ଫଳରେ ସୋନୁ ଅଧିକରୁ ଅଧିକ ଲୋକଙ୍କୁ ସାହାଯ୍ୟ କରିପାରିବେ।

ଏହାର ଉତ୍ତରରେ ସୋନୁ ସୁଦ୍ ଲେଖିଥିଲେ, ‘ଭାଇ ଆପଣଙ୍କଠୁ ଧନୀ ଲୋକ ଆଉ କେହି ନାହାନ୍ତି। ସବୁବେଳେ ଏମିତି ରହିବେ। ସାଇପଡ଼ିଶାରେ କୌଣସି ପରିବାରକୁ ସାହାଯ୍ୟ କରି ଦେଇ ଭାବି ନେବେ ଯେ ଆପଣଙ୍କ ମାସକର ବେତନ ମୋ ପାଖରେ ପହଞ୍ଚିଗଲା।’

ସୋନୁଙ୍କର ଏହି ପ୍ରସ୍ତାବକୁ ସମସ୍ତେ ବେଶ୍ ପସନ୍ଦ କରିଛନ୍ତି। ଏହା ଉପରେ ପ୍ରତିକ୍ରିୟା ଦେଇ କିଛି ଲୋକ କହିଛନ୍ତି ଯେ ସୋନୁ ସୁଦ୍‌ ସାଧାରଣ ଲୋକ ନୁହନ୍ତି, ସେ ଭଗବାନ। ଆଉ କିଛି ଲୋକ କହିଛନ୍ତି କୌଣସି ବି କଳାକାର ଏମିତି ସାହାଯ୍ୟ କରିବାକୁ କେବେ ଚାହିଁନାହାନ୍ତି। ସୋନୁଙ୍କୁ ନେଇ ଗର୍ବ ଅନୁଭବ ହୁଏ ବୋଲି କହିଛନ୍ତି ଆଉ କିଛି ଲୋକ।

 

The post ସୋନୁଙ୍କୁ ମାସକର ଦରମା ଦେବାକୁ ଚାହୁଁଥିଲେ ଜଣେ ବ୍ୟକ୍ତି, କିନ୍ତୁ ତାଙ୍କୁ ମିଳିଲା ଆହୁରି ବଢ଼ିଆ ପ୍ରସ୍ତାବ appeared first on Odisha Reporter.



from Odisha Reporter https://ift.tt/3juVB5c

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages