ଅଦାଲତ ଅବମାନନା ମାମଲାରେ ପ୍ରଶାନ୍ତ ଭୂଷଣଙ୍କୁ ଜୋରିମାନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 31, 2020

ଅଦାଲତ ଅବମାନନା ମାମଲାରେ ପ୍ରଶାନ୍ତ ଭୂଷଣଙ୍କୁ ଜୋରିମାନା

ନୂଆଦିଲ୍ଲୀ: ଅଦାଲତ ଅବମାନନା ମାମଲାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ଜୋରିମାନା କରିଛନ୍ତି ସୁପ୍ରିମକୋର୍ଟ। ତାଙ୍କୁ ୧ ଟଙ୍କା ଜୋରିମାନା କରାଯାଇଛି। ଜୋରିମାନା ଅର୍ଥ ନ ଦେଲେ କଡ଼ା ଦଣ୍ଡରେ ଦଣ୍ଡିତ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୩ ବର୍ଷ ପର୍ଯ୍ୟନ୍ତ ଓକିଲାତି ବନ୍ଦ ଓ ୩ ମାସ ଜେଲଦଣ୍ଡ ବୋଲି ମାନ୍ୟବର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଓ ନ୍ୟାୟପାଳିକା ବିରୋଧରେ ବିବାଦୀୟ ଟ୍ୱିଟ କରି ଅଡ଼ୁଆରେ ଫସିଥିଲେ ପ୍ରଶାନ୍ତ ଭୂଷଣ।  ଗତ ୧୪ ତାରିଖରେ କୋର୍ଟ ଏହାର ଶୁଣାଣି କରି ପ୍ରଶାନ୍ତ ଭୂଷଣଙ୍କୁ ଦୋଷୀ ବିବେଚନା କରିଥିବା ବେଳେ ଆଜି ଦଣ୍ଡବିଧାନ ନିମନ୍ତେ ଦିନ ଧାର୍ଯ୍ୟ ହୋଇଥିଲା।

ଜଷ୍ଟିସ ଅରୁଣ ମିଶ୍ର, ଜଷ୍ଟିସ ବିଆର ଗାଭାଇ ଓ ଜଷ୍ଟିସ କ୍ରୀଷ୍ଣ ମୁରଲୀ ମାମଲାର ଶୁଣାଣି କରି ତାଙ୍କୁ ଦଣ୍ଡବିଧାନ କରିଥିଲେ। ଅଗଷ୍ଟ ୩ରେ ପ୍ରଶାନ୍ତ ଭୂଷଣ ସତ୍ୟପାଠ ଜରିଆରେ ନିଜର ଟ୍ୱିଟ ପାଇଁ କ୍ଷମା ମାଗିଥିଲେ। ହେଲେ ଏହାକୁ କୋର୍ଟ ଗ୍ରହଣ କରି ନଥିଲେ।

ପ୍ରଧାନ ବିଚାପତି ଜଷ୍ଟିସ ଏସଏ ବୋବଡେ ସୁପରବାଇକ୍‌ରେ ବସିଥିବା ଏକ ଫଟୋ ସୋଶାଲ ମିଡିଆରେ ପ୍ରକାଶ ପାଇଥିଲା। ଏଥିରେ ଜଷ୍ଟିସ ବୋବଡେ ହେଲମେଟ ପିନ୍ଧି ନଥିବାରୁ ପ୍ରଶାନ୍ତ ଭୂଷଣ ବିବାଦୀୟ ବୟାନ ଦେଇଥିଲେ। ତେବେ ବାଇକ୍‌ ଷ୍ଟାଣ୍ଡରେ ଥିବାରୁ ଏହାକୁ ନେଇ ପ୍ରଶାନ୍ତ ଭୂଷଣ ଆକ୍ଷେପ କରିବା ଘଟଣାକୁ କେହି ବି ସହଜରେ ଗ୍ରହଣ କରିପାରି ନଥିଲେ।

ଏହାକୁ ନେଇ ବିବାଦ ହେବାରୁ ପ୍ରଶାନ୍ତ ଭୂଷଣ ସତ୍ୟପାଠ ଜରିଆରେ କହିଥିଲେ ଯେ ମୁଁ କରିଥିବା କମେଣ୍ଟ ଭୁଲ୍‌। କାରଣ ବାଇକ୍‌ଟି ଷ୍ଟାଣ୍ଡରେ ଥିବା ମୁଁ ଦେଖି ପାରି ନଥିଲି। ଏହି କାରଣରୁ ମୁଁ ହେଲମେଟ ପିନ୍ଧିବା କଥା କହିଥିଲି। ଏଥିପାଇଁ ଦୁଃଖ ପ୍ରକାଶ କରୁଛି। ତେବେ ଏହି କଥା ବାଦ ମୁଁ ଟ୍ୱିଟରେ ଆଉ ଯାହା କହିଥିଲି, ସେଥିରେ କୌଣସି ଭୁଲ୍‌ ନାହିଁ। ମୁଁ ମୋ ମନ୍ତବ୍ୟରେ କାଏମ ରହିଛି।

ବର୍ତ୍ତମାନର ପ୍ରଧାନ ବିଚାରପତି ଓ ପୂର୍ବତନ ପ୍ରଧାନ ବିଚାରପତିଙ୍କ ଉପରେ ମୁଁ କରିଥିବା ଟ୍ୱିଟ ଏକ ସୁସ୍ଥ ଆଲୋଚନାର ପରିସର ମଧ୍ୟରେ ଆସୁଛି। ପ୍ରଧାନ ବିଚାରପତିଙ୍କ ସମ୍ପର୍କରେ ମନ୍ତବ୍ୟ ଦେବା ସୁପ୍ରିମକୋର୍ଟର ଅବମାନନା ନୁହେଁ। ଏଭଳି ମନ୍ତବ୍ୟ ନ୍ୟାୟପାଳିକାର ଗାରିମାକୁ କୌଣସି ପ୍ରକାରର କ୍ଷୁଣ୍ଣ କରୁନାହିଁ ବୋଲି ମଧ୍ୟ ସେ କହିଥିଲେ। ତଥାପି କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

 

 

The post ଅଦାଲତ ଅବମାନନା ମାମଲାରେ ପ୍ରଶାନ୍ତ ଭୂଷଣଙ୍କୁ ଜୋରିମାନା appeared first on Odisha Reporter.



from Odisha Reporter https://ift.tt/3gJnUv4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages