ନୂଆଦିଲ୍ଲୀ: ଲଦାଖ ସୀମାରେ ଆଉ ଥରେ ମୁହାଁମୁହିଁ ହୋଇଛନ୍ତି ଭାରତ-ଚୀନ ସେନା । ଲଦାଖ ନିକଟ ପାନଗଙ୍ଗ ହ୍ରଦ ନିକଟରେ ଗତ ୨୯ ଓ ୩୦ ତାରିଖ ମଧ୍ୟରାତ୍ରିରେ ଦୁଇ ସେନା ମୁହାଁମୁହିଁ ହୋଇଥିଲେ।
ଦକ୍ଷିଣ ପାନଗଙ୍ଗ ହ୍ରଦ ନିକଟରେ ଭାରତ ସୀମାରେ ଚୀନର ଅନୁପ୍ରବେଶ ପରେ ଭାରତୀୟ ସେନା ଏହାକୁ ବିରୋଧ କରିଥିଲେ। ଏହାପରେ ଚୀନକୁ କଡ଼ା ଭାଷାରେ ଭାରତୀୟ ଯବାନ ବିରୋଧ କରିଛନ୍ତି।
ପୂର୍ବରୁ ଭାରତ-ଚୀନ ସୀମାରେ ଉତ୍ତେଜନା ଦେଖାଦେବା ପରେ ସେନାସ୍ତରୀୟ ଆଲୋଚନା ହୋଇଥିଲା। ଏହାପରେ ବିବାଦ ସମାଧାନ ହୋଇଥିଲା। ତେବେ ଏହାର କିଛି ମାସ ପରେ ପୁଣି ଥରେ ଚୀନ ନିଜ ପୁରୁଣା ଅଭ୍ୟାସ ଦୋହରାଇଛି। ଏହି ଘଟଣା ପରେ ଲଦାଖର ଚୁସୁଲ୍ରେ ବିଗ୍ରେଡ କମାଣ୍ଡର ସ୍ତରୀୟ ଆଲୋଚନା ଆରମ୍ଭ ହୋଇଛି।
The post ପୁଣି ଭାରତ-ଚୀନ ସେନା ମୁହାଁମୁହିଁ appeared first on Odisha Reporter.
from Odisha Reporter https://ift.tt/2Dei8nr
No comments:
Post a Comment