୫ ଅଗଷ୍ଟ, ବୁଧବାର: ଏହି ରାଶିର ଲୋକେ ଆଜି ଆମିଷ ଖାଆନ୍ତୁ ନାହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 4, 2020

୫ ଅଗଷ୍ଟ, ବୁଧବାର: ଏହି ରାଶିର ଲୋକେ ଆଜି ଆମିଷ ଖାଆନ୍ତୁ ନାହିଁ

ମେଷ: ସ୍ୱାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତନ ଆସିବ। ଆକସ୍ମିକ ଧନ ପ୍ରାପ୍ତି ହେବ। ସନ୍ତାନଙ୍କୁ ନେଇ ଥିବା ଚିନ୍ତା ଦୂର ହୋଇଯିବ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ବୃଷ: କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବ। ନୂଆ ବେପାରୀଙ୍କ ସହ ସଂପର୍କ ଯୋଗୁ ଲାଭବାନ ହେବେ। ନୂତନ ଜମି, ଜାଗା ଅବା ଗୃହ ଆଦି ଲାଭ ହୋଇପାରେ।

ମିଥୁନ: ସମାଜସେବାରେ ରୁଚି ବଢ଼ିବ। କୌଣସି ଗୁରୁତ୍ୱପୂର୍ଣ୍ଣ ଖବର ମିଳିପାରେ। ରାସ୍ତାଘାଟରେ ଯା’ଆସ କଲା ବେଳେ ଯଥେଷ୍ଟ ସତର୍କ ରହିବାକୁ ହେବ।

କର୍କଟ: ପାରିବାରିକ ଜୀବନରେ ସାମାନ୍ୟ ସୁଧାର ଆସିବ। ଅର୍ଥ ଉପାର୍ଜନରେ ମନ ଦେବେ। ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ।

ସିଂହ: ଅନ୍ୟର ଉପକାର କରି ପ୍ରଂଶସିତ ହେବେ। ପୁରାତନ ରୋଗର ଉପଶମ ହେବ। କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କନ୍ୟା: ଶୁଭ ସମାଚାର ଶୁଣି ସନ୍ତାନଙ୍କୁ ନେଇ ଥିବା ଚିନ୍ତା ଦୂର ହେବ। ସହଯୋଗୀଙ୍କ ଠାରୁ ଆଶାତୀତ ସହଯୋଗ ମିଳିବ। ପାରିବାରିକ କ୍ଷେତ୍ରରେ ଶାନ୍ତି ଶୃଙ୍ଖଳା ଦେଖାଦେବ।

ତୁଳା: ପ୍ରିୟଜନମାନେ ଆପଣଙ୍କ ନିକଟତର ହେବେ। ସୁସ୍ୱାଦୁ ଖାଦ୍ୟ ଖାଇବେ। ଅଧ୍ୟୟନ ପାଇଁ ଶୁଭ ସମାଚାର ପାଇ ଚିନ୍ତା ଦୂର ହେବ।

ବିଛା: ବନ୍ଧୁଙ୍କ ସହ ହସଖୁସିର ସମୟ ବିତିବ। ଶରୀର ସୁସ୍ଥ ରହିବ। ଆଜି କୌଣସି ଅସହାୟଙ୍କୁ ସାହାଯ୍ୟ କରନ୍ତୁ। ଦେଖିବେ ସୁଫଳ ପ୍ରାପ୍ତି ହେବ।

ଧନୁ: ସହନଶୀଳତା ଯୋଗୁଁ ସମାଜରେ ଯଶ ବଢ଼ିବ। ଶାରୀରିକ ଅସୁସ୍ଥତା ଦୂର ହେବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। କୌଣସି ଭୋକିଲା ଲୋକକୁ ଦେଖିଲେ ନିରାଶ କରନ୍ତୁ ନାହିଁ।

ମକର: ମାନସମ୍ମାନ ବଢ଼ିବ। ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। କର୍ମକ୍ଷେତ୍ରରେ ଶୁଭ ସମାଚାର ଶୁଣି ମନ ଶାନ୍ତ ରହିବ। ପରିବାରଜନଙ୍କ ଉନ୍ନତିରେ ଆନନ୍ଦିତ ହେବେ।

କୁମ୍ଭ: ସ୍ୱାସ୍ଥ୍ୟ ଭଲ ରହିବ। ଯେକୌଣସି କାର୍ଯ୍ୟରେ ହାତ ଦେଲେ ସଫଳତା ମିଳିବ। ସାମାଜିକ ପ୍ରତିଷ୍ଠା ଓ ମାନସମ୍ମାନରେ ବୃଦ୍ଧି ହେବ। ଆଜି ଆମିଷ ଖାଆନ୍ତୁ ନାହିଁ।

ମୀନ: ସମ୍ବାଦିକମାନେ ନିଜ କାର୍ଯ୍ୟରେ ପ୍ରଶଂସା ଲାଭ କରିବେ। ପରିବାରରେ ସୁଖଶାନ୍ତି ରହିବ। କିଛି ଗୃହ ଉପକରଣ କ୍ରୟ କରିପାରନ୍ତି।

The post ୫ ଅଗଷ୍ଟ, ବୁଧବାର: ଏହି ରାଶିର ଲୋକେ ଆଜି ଆମିଷ ଖାଆନ୍ତୁ ନାହିଁ appeared first on Odisha Reporter.



from Odisha Reporter https://ift.tt/31oxe1E

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages