ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କ ସେରୋ ସର୍ଭେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 4, 2020

ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କ ସେରୋ ସର୍ଭେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ଗଞ୍ଜାମ ପଛକୁ ରହିଛି ଖୋର୍ଦ୍ଧା ଜିଲ୍ଲା। ଖୋର୍ଦ୍ଧା ଜିଲ୍ଲାରେ ୫୧୧୫ ଜଣ ଏହି ମହାମାରୀ ଦ୍ୱାରା ଆକ୍ରାନ୍ତ ଥିବା ବେଳେ ସେଥିମଧ୍ୟରୁ ୩୨୧୭ ଜଣ କେବଳ ରାଜଧାନୀ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି। ଏହି ସମୟରେ କରୋନା ସଂକ୍ରମଣ ରୋକିବାକୁ ଲକ୍‌ଡାଉନ୍‌, ଶଟଡାଉନ୍‌କୁ କଡ଼ାକଡ଼ି ଭାବେ ପାଳନ କରାଯାଉଥିବା ବେଳେ ଆଗ ଧାଡ଼ିର ଯୋଦ୍ଧା ସାଜିଛନ୍ତି ପୁଲିସ୍‌ କର୍ମଚାରୀ। ଏବେ ଏହି ଆଗ ଧାଡ଼ିର ଯୋଦ୍ଧାଙ୍କର ସେରୋଲୋଜିକାଲ ସର୍ଭେ କରାଯାଇଛି ।

ଗତକାଲି ଭୁବନେଶ୍ୱର ପୋଲିସ ଭବନରେ ଶତ ପ୍ରତିଶତ ପୁଲିସ୍‌ କର୍ମଚାରୀଙ୍କର ସେରୋଲୋଜିକାଲ ସର୍ଭେ କରାଯାଇଛି ।   ଏଥିପାଇଁ RMRC ନିର୍ଦ୍ଦେଶିକା ଡକ୍ଟର ସଂଘମିତ୍ରା ପତିଙ୍କୁ ପୁଲିସ୍‌ ବିଭାଗ  ତରଫରୁ ଧନ୍ୟବାଦ ଦିଆଯାଇଛି । ରିପୋର୍ଟ ଆସିବା ପରେ କିପରି ଭାବେ କରୋନା ମୁକାବିଲା ନିମନ୍ତେ ପୁଲିସ୍‌ କର୍ମଚାରୀଙ୍କୁ ମୁତୟନ କରାଯିବ, ସେଥିପାଇଁ ନୂଆ ରୂପରେଖ ପ୍ରସ୍ତୁତ କରାଯିବ ବୋଲି ବରିଷ୍ଠ ଅଧିକାରୀ କହିଛନ୍ତି।

The post ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କ ସେରୋ ସର୍ଭେ appeared first on Odisha Reporter.



from Odisha Reporter https://ift.tt/2Xpz69i

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages