ଆଜିଠୁ ଏହି ସହର ୪ ଦିନ ପାଇଁ ଶଟଡାଉନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 26, 2020

ଆଜିଠୁ ଏହି ସହର ୪ ଦିନ ପାଇଁ ଶଟଡାଉନ୍‌

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): କରୋନା ପାଇଁ ଢେଙ୍କାନାଳ ପୌରାଞ୍ଚଳକୁ ଆଜିଠୁ ୪ ଦିନିଆ ଶଟଡାଉନ୍‌ ଘୋଷଣା କରାଯାଇଛି । ୧୦ ଦିନ ଭିତରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବାରୁ ଆଜିଠାରୁ ୩୦ ତାରିଖ ଯାଏ ୪ ଦିନ ଶଟଡାଉନ୍‌ କଟକଣା ବଳବତ୍ତର ରହିବ।

ଢେଙ୍କାନାଳ ଟାଉନ ପୌରାଞ୍ଚଳର ସମସ୍ତ ୨୩ଟି ୱାର୍ଡରେ ଶଟଡାଉନ୍‌ ଲାଗୁ ହୋଇଛି । ପ୍ରଶାସନ ପକ୍ଷରୁ ଆଜି ଓ ଆସନ୍ତାକାଲି ଶଟଡାଉନ୍‌ ଘୋଷଣା କରାଯାଇଥିଲା । ସପ୍ତାହାନ୍ତ ଶଟଡାଉନ୍‌ରେ ୨୯ ତାରିଖ ଶନିବାର ଓ ୩୦ ତାରିଖ ରବିବାର ମଧ୍ୟ ସହର ବନ୍ଦ ରହିବ । ତେଣୁ ଲଗାତର ୪ ଦିନ ଯାଏ ଢେଙ୍କାନାଳ ଶଟଡାଉନ୍‌ ରହିବ । ଏହି ସମୟରେ କେବଳ ମେଡିସିନ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ ଖୋଲା ରହିବ।

The post ଆଜିଠୁ ଏହି ସହର ୪ ଦିନ ପାଇଁ ଶଟଡାଉନ୍‌ appeared first on Odisha Reporter.



from Odisha Reporter https://ift.tt/2QuzTSA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages