ସୁବର୍ଣ୍ଣରେଖା, ବୈତରଣୀରେ ହୋଇପାରେ ମଧ୍ୟମ ଧରଣର ବନ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 26, 2020

ସୁବର୍ଣ୍ଣରେଖା, ବୈତରଣୀରେ ହୋଇପାରେ ମଧ୍ୟମ ଧରଣର ବନ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁବର୍ଣ୍ଣରେଖା ନଦୀରେ ମଧ୍ୟମ ଧରଣର ବନ୍ୟାର ସମ୍ଭାବନା ଥିବା ବେଳେ ବୈତରଣୀରେ  ବି ମଧ୍ୟମ ଧରଣର ବନ୍ୟା ହୋଇପାରେ । ବୁଢ଼ାବଳଙ୍ଗ ଅବବାହିକାରେ ବନ୍ୟା ହୋଇଛି। ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ଉପରେ  ଟ୍ୱିଟ ଯୋଗେ ଏପରି ସୂଚନା ଦେଇଛନ୍ତି ଏସ୍ଆରସି ପ୍ରଦୀପ ଜେନା।

ଏସ୍ଆରସିଙ୍କ  ସୂଚନା ଅନୁଯାୟୀ, , ଝାଡ଼ଖଣ୍ଡର ଗାଲୁଡିହ ବ୍ୟାରେଜରୁ ଆଜି ସକାଳେ ୭ ହଜାର ୩୧୨ କ୍ୟୁସେକ ଜଳ ଛଡ଼ା ଯାଇଛି । ଆସନ୍ତାକାଲି ସକାଳ ୬ଟାରେ ଏହି ପାଣି ରାଜଘାଟଠାରେ ପହଞ୍ଚିବ। ସେତେବେଳେ ନଦୀର ଜଳସ୍ତର ୧୨ ମିଟରରେ ପହଞ୍ଚିବ । ଏହି କାରଣରୁ ମଧ୍ୟମ ଧରଣର ବନ୍ୟା ହୋଇପାରେ ।


ତେଣୁ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବା ପାଇଁ ବାଲେଶ୍ୱର ଜିଲ୍ଲାପାଳଙ୍କୁ କୁହାଯାଇଛି । ବିଶେଷ କରି ନଦୀବନ୍ଧ  ଉପରେ ନଜର ରଖାଯିବ । ଦରକାର ହେଲେ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ବାଲେଶ୍ୱର ଜିଲ୍ଲାପାଳଙ୍କୁ ସେ କହିଥିବା ସୂଚନା ଦେଇଛନ୍ତି ।

 

The post ସୁବର୍ଣ୍ଣରେଖା, ବୈତରଣୀରେ ହୋଇପାରେ ମଧ୍ୟମ ଧରଣର ବନ୍ୟା appeared first on Odisha Reporter.



from Odisha Reporter https://ift.tt/3bclm7L

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages