ରାଜ୍ୟରେ କରୋନା ନେଲା ଆଉ ୯ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 13, 2020

ରାଜ୍ୟରେ କରୋନା ନେଲା ଆଉ ୯ ଜୀବନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୯ ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୧୪ରେ ପହଞ୍ଚି ଯାଇଛି।

ମୃତକଙ୍କ ମଧ୍ୟରୁ କଟକ ଜିଲ୍ଲାର ୨ ଜଣ (ଉଭୟ ପୁରୁଷ, ବୟସ- ୨୩, ୭୨ ବର୍ଷ) ହୋଇଥିବା ବେଳେ ଗଞ୍ଜାମର ୩ ଜଣ  (ସମସ୍ତେ ପୁରୁଷ, ବୟସ- ୭୩, ୮୨ ଓ ୩୬ ବର୍ଷ), ମୟୂରଭଞ୍ଜର ୨ (ପୁରୁଷ, ବୟସ-୫୮, ୬୦ ବର୍ଷ), କନ୍ଧମାଳର ଜଣେ (ପୁରୁଷ, ବୟସ-୬୧ ବର୍ଷ) ଓ ସୁନ୍ଦରଗଡ଼ର ଜଣେ (ପୁରୁଷ, ବୟସ-୮୧)।


ଆଉ ୩ ଜଣଙ୍କ ମୃତ୍ୟୁ ଘଟିବା ସହିତ ଗଞ୍ଜାମ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪୭ରେ ପହଞ୍ଚି ଯାଇଛି, ଯାହା ରାଜ୍ୟରେ ସର୍ବାଧିକ।


ଆଉ ଦୁଇ ଜଣଙ୍କ ମୃତ୍ୟୁ ସହିତ କଟକରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୩ରେ ପହଞ୍ଚିଯାଇଛି। ସେହିପରି ମୟୂରଭଞ୍ଜରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଥିବା ବେଳେ କନ୍ଧମାଳରେ ୬ ଓ ସୁନ୍ଦରଗଡ଼ରେ ୨୦କୁ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨,୬୫୩ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୩୬,୪୭୯ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୫,୮୦୭ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ଆଉ ୫୩ ଜଣ କରୋନା ରୋଗୀଙ୍କର ବି ମୃତ୍ୟୁ ଘଟିଛି। କିନ୍ତୁ ସେମାନଙ୍କ ମୃତ୍ୟୁ ଅନ୍ୟାନ୍ୟ କାରଣରୁ ହୋଇଛି ବୋଲି କୁହାଯାଇଛି।

The post ରାଜ୍ୟରେ କରୋନା ନେଲା ଆଉ ୯ ଜୀବନ appeared first on Odisha Reporter.



from Odisha Reporter https://ift.tt/3itZYNA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages