ବଲାଙ୍ଗିର ସହରରେ ମାତିଛନ୍ତି ‘ଲକ୍‌ଡାଉନ୍‌ ଲୁଟେରା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 2, 2020

ବଲାଙ୍ଗିର ସହରରେ ମାତିଛନ୍ତି ‘ଲକ୍‌ଡାଉନ୍‌ ଲୁଟେରା’

ବଲାଙ୍ଗିର (ଘଟେଶ୍ୱର ମିଶ୍ର): କରୋନା ଯୋଗୁ ବଲାଙ୍ଗିର ଜିଲ୍ଲାକୁ କେତେବେଳେ ଲକ୍‌ଡାଉନ୍‌ ତ ପୁଣି କେତେବେଳେ ଶଟ୍‌ଡାଉନ୍‌ କରାଯାଉଛି। ଏହାର ସୁଯୋଗ ନେଇ ସହର ଭିତରେ ଚୋର ଓ ଲୁଟେରା ମାତିଛନ୍ତି। ଗତକାଲି ରାତିରେ ସହରର ତାଳପାଲି ପଡ଼ାରେ ଥିବା ଏକ ଗ୍ରୋସେରୀ ଦୋକାନରେ କଳାକନା ବୁଲାଇଛନ୍ତି ଲୁଟେରା। ଏନେଇ ଆଜି ସକାଳେ ଦୋକାନ ମାଲିକ ରବୀନ୍ଦ୍ର ମିଶ୍ର ଥାନାରେ ଅଭିଯୋଗ କରିଛନ୍ତି।

ଲୁଟେରାମାନେ ଶାବଳ ଏବଂ ଲୁହା ରଡ୍‌ ସାହାଯ୍ୟରେ କବାଟ ଭାଙ୍ଗି ଦୋକାନ ଭିତରେ ପଶିଥିଲେ। ଏହାପରେ ଦୋକାନ ଭିତରେ ଥିବା ପ୍ରାୟ ୧୫ ହଜାର ଟଙ୍କା ଏବଂ ଅନେକ ରାସନ ସାମଗ୍ରୀ ଧରି ଫେରାର ହୋଇଯାଇଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏଥିସହ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି।

ଗତ ୩ ମାସ ତଳେ ବି ରବୀନ୍ଦ୍ରଙ୍କ ଦୋକାନରୁ ଚୋରି ହୋଇଥିଲା। ହେଲେ ପୁଲିସ୍‌ କୌଣସି ପଦକ୍ଷେପ ନେଉ ନଥିବାରୁ ବାରମ୍ୱାର ତାଙ୍କ ଦୋକାନରୁ ଚୋରି ହେଉଥିବା ସେ ଅଭିଯୋଗ କରିଛନ୍ତି।  ଏଥିସହ ଗତ ୬ ମାସ ଭିତରେ ସେହି ଅଞ୍ଚଳରେ ଚାରୋଟି ଚୋରି ହୋଇ ସାରିଲାଣି । ହେଲେ ପୁଲିସର ହାତ ଖାଲି। ପୁଲିସ୍‌ ଶୀଘ୍ର ଲୁଟେରା ମାନଙ୍କୁ ଗିରଫ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

The post ବଲାଙ୍ଗିର ସହରରେ ମାତିଛନ୍ତି ‘ଲକ୍‌ଡାଉନ୍‌ ଲୁଟେରା’ appeared first on Odisha Reporter.



from Odisha Reporter https://ift.tt/2DuHxZH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages